ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୧ତାରିଖ ବୁଧବାର।ବରାହ ଦ୍ଵାଦଶୀ,ସୁର୍ଯ୍ୟୋଦୟ- ଘ୬/୧୬/ ୧୪,ସୂର୍ଯ୍ୟାସ୍ତ- ଘ୫/୪୪/୪୨,ମାଘମାସ, ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ଦ୍ବାଦଶୀ ଦିବା ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୧୧/୨୯ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ଦିବାଘ୮/୨୮ମିମଧ୍ୟେ କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା ଘ୧୧/୨୯ମିପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୯/୬ମି ରୁ ଘ୧୦/୩୨ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୯ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୩/୫ମି ରୁ ଘ୪/୩୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୫୦ମିମଧ୍ୟେ, ଘ୧୨/୩୮ମି ରୁ ଘ୨/୧୪ମି ମଧ୍ୟେ,ସନ୍ଧ୍ୟା ଘ୬/୩୪ମି ରୁ ରାତ୍ରି ଘ୮/୫୮ମି ମଧ୍ୟେ,ଘ୧/୪୬ମି ରୁ ନିଶାନ୍ତ ଘ୫/୪୬ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୩୮ମି ରୁ ସୂର୍ଯ୍ୟାସ୍ତ ଘ୫/୪୫ମି ପର୍ଯ୍ୟନ୍ତ, ରାତ୍ରି ଘ୮/୫୮ମି ରୁ ଘ୧୦/୩୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ନକ୍ଷତ୍ର ଓ ତିଥିଦୋଷ। ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ଗୋପଶୁ ସମ୍ପଦରବିନାଶ। ତିଳସୁବର୍ଣ୍ଣ ଓ ଅନ୍ନବସ୍ତ୍ର ଦାନ।ଦିବା ଘ୧୧/୨୯ମିପରେ ଘ୩/୦ମିମଧ୍ୟେ ଦିବା ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ।ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ବନ୍ଧ୍ୟା। ଶାନ୍ତି କରଣୀୟ।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୮/୨୮ମି ମଧ୍ୟେ ୭ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ଚୁଡାକରଣ, କର୍ଣ୍ଣବେଧ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ଅନ୍ନପ୍ରାଶନ, ନବାନ୍ନ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ।
ମେଷସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ବୃଷପରିବାରଲୋକଙ୍କ ସହ ଖୁସିରମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆକୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତିପାଇଁ ସୁବର୍ଣ୍ଣସୁଯୋଗ ପାଇବେ।
ମିଥୁନଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ଆମଦାନିରେ ବୃଦ୍ଧି ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କର୍କଟମନ୍ଦିରକୁ ଠାକୁରଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବପରିଚୟରୁ ଲାଭ ପାଇବେ।ଭାଇଭଉଣୀଙ୍କ ସହଯୋଗରେ କୌଣସିକାମ ଆରମ୍ଭ କରିବେ।
ସିଂହଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ସବୁକଷ୍ଟର ନିବାରଣ ହେବ।
କନ୍ୟାଶିକ୍ଷକଙ୍କଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ମିଳିବ।
ତୁଳାକାର୍ଯ୍ୟକ୍ଷେତ୍ରରେ ଉନ୍ନତିରଯୋଗ ରହିଛି।ଆପଣ ଭାବିଥିବାକାମ ସଂପୂର୍ଣ୍ଣ ହୋଇଯିବ।ଧର୍ମଗ୍ରନ୍ଥ ପଢ଼ିବାରେ ରୁଚି ବଢ଼ିବ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିଛାନିଜର ସ୍ବାସ୍ଥ୍ୟନେଇ ସତର୍କ ରୁହନ୍ତୁ। ବେପାରରେ ଲାଭପାଇବେ।ସଙ୍ଗୀତକ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ।ଛାତ୍ରଛାତ୍ରୀଙ୍କଲାଗି ଦିନଟି ଠିକ୍ ରହିବ।
ଧନୁପରିବାରକୁ ଅଧିକ ସମୟ ଦେବାର ସୁଯୋଗ ପାଇବେ। ଅର୍ଥପାଇଁ କୌଣସିକାମ ସ୍ଥଗିତ ରହିପାରେ। କୌଣସିବ୍ୟକ୍ତି କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ସତର୍କ ରୁହନ୍ତୁ।
ମକରବାପାଙ୍କ ସହଯୋଗରେ ଜରୁରୀକାମ ସଂପୂର୍ଣ୍ଣ ହୋଇଯିବ।ଅଧିକ ପରିଶ୍ରମକରି ସନ୍ତୋଷଜନକଫଳ ପାଇବେ।ସାମାଜିକକାର୍ଯ୍ୟରେ ରୁଚି ବଢ଼ିବ।
କୁମ୍ଭଆପଣଙ୍କକାମ ନିର୍ଦ୍ଧାରିତ ସମୟପୂର୍ବରୁ ସଂପୂର୍ଣ୍ଣ ହୋଇଯିବ।କାମରେ ବନ୍ଧୁଙ୍କପରାମର୍ଶ ଲାଭପ୍ରଦ। ଆପଣଙ୍କ ବିବାହପ୍ରସଙ୍ଗରେ ଆସୁଥିବା ବାଧା ପାଇଁ ଚିନ୍ତିତ ରହିବେ।
ମୀନଘରକୁ କୌଣସିବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମକଲେ ଯାଇ ଫଳପାଇବେ।ଅଫିସର କୌଣସିକାମରେ ଦୂରସ୍ଥାନକୁ ଯାଇପାରନ୍ତି!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!