ଦେଶ

ଅଡୁଆରେ ଛନ୍ଦି ହେଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ – Ibnodisha

[ad_1]

ବ୍ୟୁରୋ : ପଶ୍ଚିମବଙ୍ଗର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଡ଼ୁଆ ବଢ଼ିଲା । ମଙ୍ଗଳବାର ବିଜେପି ଟିମ ସନ୍ଦେଶଖାଲି ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ବିଜେପି ନେତା ଓ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏତିକି ବେଳେ ବିଜେପି କ୍ୟାମ୍ପରୁ କେହି ଜଣେ ଶିଖ ଆଇପିଏସ୍ ଯଶପ୍ରୀତଙ୍କୁ ଟାର୍ଗେଟ କରି ଖଲିସ୍ତାନୀ ଶବ୍ଦର ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ଯଶପ୍ରୀତ ବିଜେପି ନେତାମାନଙ୍କ ସହ ଯୁକ୍ତିତର୍କ କରିଥିଲେ।ବିଜେପିର କୌଣସି ନେତା କିମ୍ବା କର୍ମୀ ଖଲିସ୍ତାନୀ ଶବ୍ଦର ବ୍ୟବହାର କରି ନଥିବା ଦଳ ସଫେଇ ଦେଇଥିଲା। କିନ୍ତୁ ଆଜି ବେଙ୍ଗଲ ପୁଲିସ୍ ଗୋଟିଏ ଭିଡିଓ ଜାରି କରି ବିଜେପିର ସବୁ ମିଛକୁ ଧରାଇ ଦେଇଛି।ଏପରି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ମୌଳବାଦ ଚିନ୍ତାଧାରା ସଦୃଶ। ଏହା ସାଂପ୍ରଦାୟିକ ହିଂସାକୁ ଉସକାଇବା ଭଳି ବୟାନ। ଏହା ଗୋଟିଏ ଅପରାଧ। ଆମେ ସମସ୍ତେ ମିଳିତ ଭାବେ ଏହାକୁ ଦୃଢ଼ ନିନ୍ଦା କରୁଛୁ ବୋଲି ବେଙ୍ଗଲ ପୁଲିସ କହିଛି ।ବେଙ୍ଗଲ ପୁଲିସ୍ ଓ ଟିଏମସିର ଭିଡିଓ ପରେ ବିଜେପି ମଧ୍ୟ ତା’ର ଜବାବ ରଖିଛି। ଦଳ କହିଛି ଯେ “ଆଇପିଏସ ଅଧିକାରୀ ଜଣଙ୍କ ବେଆଇନ ଆଚରଣ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଟ ଭାବେ କାମ କରିଛନ୍ତି। ବେଙ୍ଗଲ ପୁଲିସ୍ ନିଜର କାମ କରିବା ପରିବର୍ତ୍ତେ ଜଣେ ରାଜନୈତିକ ଦଳର କାମ କରୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।“ଯଶପ୍ରୀତ ହେଉଛନ୍ତି ୨୦୧୬ ମସିହା ଆଇପିଏସ ବ୍ୟାଚର ଅଧିକାରୀ। ସେ ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସ୍‌ରେ ସ୍ୱତନ୍ତ୍ର ଏସ୍‌ପି ଭାବେ କାର‌୍ୟ୍ୟ କରୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button