ଦେଶ

ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଖକୁ ଆସିଛି ସପ୍ତମ ସମନ – Ibnodisha

[ad_1]

ବ୍ୟୁରୋ : ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଖକୁ ସପ୍ତମ ଥରପାଇଁ ସମନ ପଠାଇଛନ୍ତି । ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି। ଏହି ସମନରେ ସୋମବାର ଅର୍ଥାତ ଫେବ୍ରୁଆରୀ ୨୬ରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି।ପୂର୍ବରୁ ବର୍ତ୍ତମାନ ସୁଦ୍ଧା ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଟି ସମନ ପଠାଇ ସାରିଲାଣି। କିନ୍ତୁ ସେ ଗୋଟିଏ ବି ସମନର ଉତ୍ତର ଦେଇ ହାଜର ହୋଇ ନାହାନ୍ତି। ସମସ୍ତ ୬ଟି ଯାକ ସମନକୁ କେଜ୍ରିଓ୍ୱାଲ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର ବୋଲି କହି ଏଡାଇ ଦେଇଛନ୍ତି।ବାରମ୍ବାର ସମନ ପଠାଇବା ପରେ ବି ଆପ୍‌ ସୁପ୍ରିମୋ କେଜ୍ରିଓ୍ୱାଲ ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିଓ୍ୱାଲଙ୍କୁ ୧୭ ଫେବ୍ରୁଆରୀରେ ଡକାଇଥିଲେ। ହେଲେ କେଜ୍ରିଓ୍ୱାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ରହି ଭିଡିଓ କନ୍‌ଫରେନ୍ସି ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବିଧାନସଭାରେ ଆସ୍ଥା ଭୋଟରେ ବ୍ୟସ୍ତ ଥିବା କହି ହାଜର ହେବା ପାଇଁ କୋର୍ଟଙ୍କୁ ନୂଆ ତାରିଖ ମାଗିଥିଲେ। ଏହାପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବା ପାଇଁ କହିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button