ରାଜ୍ୟ
ନୂଆ ସିନେମା ‘କୁହୁଡ଼ି’ ମୁକ୍ତିଲାଭ କରିବାକୁ ଯାଉଛି – Ibnodisha

[ad_1]
ବ୍ୟୁରୋ : ଓଲିଉଡ୍ର ଲୋକପ୍ରିୟ ନାୟକ ଅନୁଭବଙ୍କ ନୂଆ ସିନେମା ‘କୁହୁଡ଼ି’ର ସୁଟିଂ ଚଳିତ ମାସ ପ୍ରଥମ ସପ୍ତାହରେ ଭୁବନେଶ୍ବରରେ ଆରମ୍ଭ ହେବ। ଏଥିଲାଗି ରାଜଧାନୀରେ ଏକ ବଡ଼ ସେଟ୍ ନିର୍ମାଣ କରାଯାଇଛି। ଏ ସଂକ୍ରାନ୍ତରେ ‘କୁହୁଡ଼ି’ର ନିର୍ଦ୍ଦେଶକ ଅଜୟ ପାଢ଼ୀ ସୂଚନା ଦେଇଛନ୍ତି। ରାଜଧାନୀ ବ୍ୟତୀତ ପର୍ଯ୍ୟାୟକ୍ରମେ କଟକ, ଖଲ୍ଲିକୋଟ ଓ ଶିମ୍ଲାରେ ଫିଲ୍ମର ସୁଟିଂ କରାଯିବ। ହିମାଦ୍ରି ତନୟା ଦାସ ଏହାର ପ୍ରଯୋଜକ। ନିର୍ଦ୍ଦେଶକ ଅଜୟ ପାଢ଼ୀ କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ମାନସ ପଢ଼ିଆରୀ ଓ ଅମିତ କୁମାର ଦାସ। ଅନୀଲ ଅତି ଏହାର ସିନେମାଟୋଗ୍ରାଫର୍। ସୋମେଶ ଶତପଥୀ ଏହି ସିନେମାର ସ୍ବର ସଂଯୋଜନା ଦାୟିତ୍ବରେ ଅଛନ୍ତି। ‘କୁହୁଡ଼ି’ର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ସୁପ୍ରିୟା, ଦୀପନ୍ବିତ ଦାସମହାପାତ୍ର, ପ୍ରକୃତି ମିଶ୍ର, କୁନା ତ୍ରିପାଠୀ, ଚୌଧୁରୀ ଜୟପ୍ରକାଶ ଦାସ ଓ ସୁକୁମାର ଟୁଡୁ। ଏହାଛଡ଼ା, ଜଣେ ଶିଶୁ କଳାକାରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
[ad_2]