ବନ୍ୟଜନ୍ତୁଙ୍କୁ ଉଦ୍ଧାର ପାଇଁ ରକ୍ଷକ ଯାନ – Ibnodisha
[ad_1]
ଭୁବନେଶ୍ୱର : ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ନିୟୋଜିତ ଥିବା ରାପିଟ୍ ରେସପନ୍ସ ଟିମ୍ ପାଇଁ ବନ ବିଭାଗ ପକ୍ଷରୁ ଆଜି ‘ରକ୍ଷକ ଭେଇକିଲ’ର ଶୁଭାରମ୍ଭ କରାଯାଇଛି। ଭରତପୁର ଜଙ୍ଗଲ ସଫାରୀରେ ଏହି ରକ୍ଷକ ଭେଇକିଲର ଶୁଭାରମ୍ଭ କରାଯାଇଛି । ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍ ଦେବିଦତ୍ତ ବିଶ୍ୱାଳ ଓ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଗାଡ଼ିକୁ ସ୍ୱତନ୍ତ୍ର ଭାବେ ଓଡ଼ିଶା ପାଇଁ ଡିଜାଇନ୍ କରାଯାଇଛି। ରାଜ୍ୟର ୧୮ଟି ବନ ଡିଭିଜନରେ ଏହି ରକ୍ଷକ ଭେଇକିଲ ନିୟୋଜିତ ହେବ । ତେବେ ରାଜ୍ୟର ଯେକୌଣସି ସ୍ଥାନରେ ମଣିଷ-ବନ୍ୟପ୍ରାଣୀ ଲଢେଇ ଖବର ଆସିବାର ଏକ ଘଣ୍ଟାରୁ ଦେଢ଼ ଘଣ୍ଟା ମଧ୍ୟରେ ଏହି ରାପିଡ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ । ବନ୍ୟଜନ୍ତୁଙ୍କୁ ଉଦ୍ଧାର ପାଇଁ ଏହି ଗାଡିରେ ହାଇଡ୍ରୋଲିକ୍ ଲିଫ୍ଟ ସହ ଆଇରନ୍ କେଜ, ୪ ଟନ୍ ୱେଞ୍ଚ, ଜେନେରେଟର ସେଟ୍ ରହିଛି । ଏହାସହ ଗାଡିର ଚାରିପାଖରେ ଏମର୍ଜେନ୍ସି ଲାଇଟ ଭଲି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବନ୍ୟଜନ୍ତୁଙ୍କୁ ଉଦ୍ଧାର ପାଇଁ ରାପିଟ୍ ରେସପନ୍ସ ଟିମକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।
[ad_2]