ଦେଶ

ଫ୍ରାନ୍ସରେ ମହିଳାଙ୍କୁ ମିଳିଲା ଗର୍ଭପାତ ଅଧିକାର – Ibnodisha

[ad_1]

ଫ୍ରାନ୍ସ : ମହିଳାମାନେ ନିଜ ଶରୀରର ସ୍ୱତ୍ତାଧିକାରୀ । ନିଜ ଶରୀର ସହ କ’ଣ କରିବେ ତାହା ସେମାନେ ସ୍ଥିର କରିବେ । ତେଣୁ ଗର୍ଭବତୀ ମହିଳାମାନେ ଗର୍ଭପାତ କରିବାକୁ ଚାହୁଁଥିଲେ ଏହି ଅଧିକାର ବି ତାଙ୍କର ନିଜସ୍ୱ । ଫ୍ରାନ୍ସ ସଂସଦ ଦେଶର ମହିଳାମାନଙ୍କୁ ଦେଇଛି ଗର୍ଭପାତ ଅଧିକାର । ଏପରି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ସମଗ୍ର ବିଶ୍ୱର ପ୍ରଥମ ଦେଶ । ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ସାଂସଦମାନେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ସମର୍ଥନ କରି ଏକ ବିଲ୍ ଅନୁମୋଦନ କରିଛନ୍ତି ।

ଏହି ବିଲ୍ ଆଣି ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଥିରେ ଗର୍ଭପାତ ଅଧିକାରକୁ ଅନ୍ତର୍ଭୁକ୍ତ କରାଯାଇଛି । ଫ୍ରାନ୍ସ ସଂସଦରେ ଏହି ବିଲ୍ ସପକ୍ଷରେ ୭୮୦ ଭୋଟ ପଡ଼ିଥିବାବେଳେ ଏହା ବିପକ୍ଷରେ ମାତ୍ର ୭୨ ଖଣ୍ଡ ଭୋଟ୍ ପଡ଼ିଥିଲା । ଏହି ବିଲ୍ ଅନୁମୋଦନ ହେବା ପରେ ପ୍ରାୟ ସମଗ୍ର ମିଳିତ ଅଧିବେଶନରେ ଦୀର୍ଘ ସମୟ ଧରି ସାଂସଦମାନେ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ । ଏହି ବିଲ୍ ଆଇନ୍‌ରେ ପରିଣତ ହେବା ପରେ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି । ଏହି ବିଲ୍ ପାସ୍ ନିମନ୍ତେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିବା ମହିଳା ଅଧିକାର କର୍ମୀମାନେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ପ୍ରତିଶ୍ରୁତିକୁ ପ୍ରଶଂସାରେ ପୋତି ପକାଇ ଦେଇଛନ୍ତି ।

ବିଲକୁ ଆଇନଗତ ମାନ୍ୟତା ଦେବା ପାଇଁ ଫ୍ରାନ୍ସ ସମ୍ବିଧାନର ଧାରା ୩୪ ରେ ସଂଶୋଧନ କରାଯାଇଛି । ସଂସଦର ଉଭୟ ଗୃହ, ଜାତୀୟ ସଭା ଏବଂ ସିନେଟରେ ଏହା ଉପସ୍ଥାପିତ ହୋଇଥିବା ବେଳେ ବହୁମତରେ ପାରିତ ହୋଇଛି । ମିଳିତ ଅଧିବେଶନରେ ଲୋୟର ହାଉସର ସଂସଦର ବାଚସ୍ପତି ୟେଲ ବ୍ରାଉନ୍‌-ପିଭେଟ୍ କହିଛନ୍ତି ଯେ, ଏହି ପଦକ୍ଷେପ ନେବାରେ ଫ୍ରାନ୍ସ ହେଉଛି ବିଶ୍ୱର ପ୍ରଥମ ଦେଶ । ସେ କହିଛନ୍ତି ମୁଁ ସଂସଦ ପାଇଁ ଗର୍ବିତ, ଯେଉଁଥିରେ ଆମର ମୌଳିକ ଆଇନରେ ଗର୍ଭପାତ କରିବାର ଅଧିକାର ଅନ୍ତର୍ଭୁକ୍ତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍ ଅଟଲ କହିଛନ୍ତି ଆମେ ସମସ୍ତ ମହିଳାଙ୍କୁ ଏକ ବାର୍ତ୍ତା ଦେଉଛୁ ଯେ ସେମାନେ ନିଜ ସମ୍ପର୍କରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ । ଏଥିରେ ଆଉ କେହି ହସ୍ପକ୍ଷେପ କରି ପାରିବେନି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button