ରାଜନୀତି

ପୁଣି ୱାୟନାଡରୁ ଲଢିବେ ରାହୁଲ – Ibnodisha

[ad_1]

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ୩୯ ଜଣଙ୍କ ନାଁ ଘୋଷଣା ହୋଇଛି । କେରଳରୁ ରହିଛନ୍ତି ୧୪ ଜଣ ପ୍ରାର୍ଥୀ । ମେଘାଳୟରୁ ୨ ଜଣ ପ୍ରାର୍ଥୀ ରହିଥିବାବେଳେ ତେଲେଙ୍ଗାନାର ୫ ପ୍ରାର୍ଥୀଙ୍କ ନାଁ ଏହି ଲିଷ୍ଟରେ ସାମିଲ ରହିଛି । ସେହିପରି ସିକିମ, ତ୍ରିପୁରା ଓ ନାଗାଲାଣ୍ଡରୁ ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେରଳ ୱାୟନାଡରୁ ପୁଣି ଲଢିବେ ରାହୁଲ ଗାନ୍ଧୀ । ସେହିପରି ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଁଓରୁ ପ୍ରାର୍ଥୀ ହେବେ । ଥିରୁଅନନ୍ତପୁରମରୁ ଲଢିବେ ଶଶି ଥରୁର । ବେଙ୍ଗାଲୁରୁ ରୁରାଲରୁ ପ୍ରାର୍ଥୀ ହେବେ ଡିକେ ସୁରେଶ । ଏହି ଲିଷ୍ଟରେ ୧୫ ଜଣ ସାଧାରଣବର୍ଗ ଥିବାବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୪ ଜଣ ସାମିଲ ରହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଲ ଓ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ୫୦ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି ୧୨ ଜଣ ପ୍ରାର୍ଥୀ । କଂଗ୍ରେସ ଚଳିତ ନିର୍ବାଚନରେ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button