ରାଜ୍ୟ

ଘାଟିରେ ଓଲଟିଲା ଭ୍ୟାନ – Ibnodisha

[ad_1]

ଦିଗପହଣ୍ତି : ଦିଗପହଣ୍ତି ଥାନା ବାଙ୍କେଶ୍ବରୀ ଘାଟିରେ ଘଟିଛି ଅଘଟଣ । ସୂଚନା ଅନୁସାରେ ସୁରୁଙ୍ଗି ଅନ୍ତର୍ଗତ ତୁରୁବୁଡି ଅଞ୍ଚଳର 20ରୁ ଅଧିକ ଲୋକ ଆଜି ଗୋଟିଏ ପିକଅପ ଭ୍ୟାନରେ ବାଙ୍କେଶ୍ବରୀଙ୍କ ଦର୍ଶନ ଯୋଗେ ଯାଉଥିଲେ । କିନ୍ତୁ ସେଠାରୁ ଫେରିଲା ବେଳେ ସଂନ୍ଧ୍ୟା ହୋଇଯାଇଥିଲା । ସେହି ସମୟରେ ବାଙ୍କେଶ୍ବରୀ ଘାଟି ଅତିକ୍ରମ କଲାବେଳେ ଗାଡି ଉପରୁ ହଠାତ୍ ଡ୍ରାଇଭର ନିୟନ୍ତ୍ରଣ ହଟିଯାଇଥିଲା । ଫଳରେ ଦୁର୍ଘଟଣା ହୋଇ ଗାଡିଟି ସମ୍ପୁର୍ଣ୍ଣ କ୍ଷତିଗସ୍ତ ହୋଇଛି । ଗାଡ଼ିରେ ଥିବା ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଟିମ ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍‌ରୁ ଆହତଙ୍କୁ ବାହାର କରିଥିଲେ। ଏହାପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ ଲୋକଙ୍କୁ ଛାଡ଼ି ଦିଆଯାଇଛି। ତେବେ ୧୦ ଆହତ ଏବେ ବି ହସ୍ପିଟାଲରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଥିବା ଜଣେ ୧୦ ବର୍ଷର ଶିଶୁର ଅବସ୍ଥା ଗୁରତର ଥିବା କୁହାଯାଉଛି। ଅନ୍ୟପକ୍ଷରେ ପୁଲିସ୍‌ ଦର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button