ଦେଶ

ଚାଷୀ ଆନ୍ଦୋଳନ : ପଞ୍ଜାବ ଓ ହରିୟାଣା କୃଷକ ସଂଗଠନର ‘ରେଳ ରୋକ’ – Ibnodisha

[ad_1]

ଚଣ୍ଡୀଗଡ଼ : ଆଜି ମିଳିତ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ କରାଯାଇଥିଲା। ଏହି କ୍ରମରେ ସଂଗଠନ ପକ୍ଷରୁ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ରେଳ ରୋକ ଆନ୍ଦୋଳନରେ ସାମିଲ ହୋଇ ଅନେକ ଚାଷୀ ଗିରଫ ହୋଇଛନ୍ତି। ଆଜି ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନରୁ ଅପରାହ୍‌ଣ ୪ଟା ଯାଏଁ ଚାରି ଘଣ୍ଟା ରେଳରୋକ କରିବାକୁ ଆହ୍ବାନ ଦିଆଯାଇଥିଲା। ସଂଗଠନ ପକ୍ଷରୁ ଅମୃତସର, ଲୁଧିଆନା, ତରନ ତରନ, ହୋସିଆରପୁର, ଫିରୋଜପୁର, ଫଜିଲିକା, ସଙ୍ଗରୁର, ମନସା, ମୋଗା, ଭଟିଣ୍ଡା, ପଟିଆଲା ରେଳ ‌ଷ୍ଟେସନ୍‌ରେ ଧାରଣା ଦିଆଯାଇଥିଲା। ଯଦିଓ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରହିଥିଲା, ତଥାପି ରେଳ ସମୟ ପରିବର୍ତ୍ତନ ଓ ବାତିଲ ଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉତ୍ତେଜନା ଆଶଙ୍କାରେ ଅମ୍ବାଲାରେ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ଚାଷୀ ନେତା ସରୱନ ସିଂହ ପାନ୍ଧେର ବିକ୍ଷୋଭ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଲୋକମାନେ ବିପୁଳ ସଂଖ୍ୟାରେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ଚାଷୀ, ଶ୍ରମିକ ଓ ସାଧାରଣ ଲୋକ ଯୋଗ ଦେବାପାଇଁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button