ଦେଶ
ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ – Ibnodisha

[ad_1]
ପାକିସ୍ତାନ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ତଥା ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ୍ ମଲିକ୍ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି ଯେତେବେଳେ ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି । ଦ୍ୱିତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ।
ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ଶୋଏବଙ୍କ ସହ ତାଙ୍କର ଛାଡପତ୍ର ଖବର ଜୋର ଧରିଥିଲା । ସାନିଆ ପୋଷ୍ଟରେ ଲେଖିଥିଲେ ଯେ, ‘ବିବାହ କଷ୍ଟକର, ତଲାକ୍ (ଛାଡପତ୍ର) ବି କଷ୍ଟକର । ….. ଜୀବନ କେବେବି ସହଜ ନୁହେଁ । ଏହା ସବୁବେଳେ କଷ୍ଟକର ରହିବ । କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ହବ । ତେଣୁ ବୁଦ୍ଧିମାନ ହୋଇ ଜୀବନରେ ସଠିକକୁ ବାଛନ୍ତୁ’ ।
[ad_2]




