ଦେଶ

ଗୁଳି ଖାଇ ମଧ୍ୟ ଲୁଟେରାଙ୍କ କବଳରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର… – Ibnodisha

[ad_1]

ନାଗପୁର : ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଜଣେ ମିନିବସ୍ ଡ୍ରାଇଭର ଲୁଟେରାଙ୍କ କବଳରୁ ଯାତ୍ରୀମାନଙ୍କୁ ବଞ୍ଚାଇବା ପାଇଁ ଅସୀମ ସାହସ ପ୍ରଦର୍ଶନ କରିଛନ୍ତି। ହାତରେ ଗୁଳିଚୋଟ ଖାଇବା ଓ ଧାରଧାର ରକ୍ତ ବୋହିବା ସତ୍ତ୍ବେ ସେ ବସ୍‌ର ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇ ନ ଥିଲେ ଏବଂ ସେହି ଅବସ୍ଥାରେ ସେ ମହାରାଷ୍ଟ୍ର ବୁଲଧାନା ଜିଲ୍ଲାର ଶିଗାଓଁରୁ ନାଗପୁର ପର୍ଯ୍ୟନ୍ତ ୩୦ କିଲୋମିଟର ଗାଡି ଚଳାଇ ଏକ ଥାନାରେ ପହଞ୍ଚିଯାଇଥିଲେ। ଅମରାବତୀ-ନାଗପୁର ରାଜପଥରେ ବସକୁ ପିଛା କରିଥିବା କାର୍ ଆରୋହୀ ଗ୍ୟାଙ୍ଗର ଗୁଳି ଆଗରେ ଖୋମଦେବ କାୱାଡେ ହାର ମାନି ନ ଥିଲେ। ଗ୍ୟାଙ୍ଗଷ୍ଟରମାନେ ୱିଣ୍ଡସ୍କ୍ରିନ୍ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ଗୋଟିଏ ଗୁଳି ତାଙ୍କ ହାତରେ ବାଜିଥିଲା। ନାଗପୁର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଡ୍ରାଇଭର କାୱାଡେ ଅମରାବତୀର ଅମ୍ବେ ମାତା ମନ୍ଦିରରେ କିଛି ସମୟ ବସ୍ ଟିକୁ ଅଟକିଥିଲେ। ନନ୍ଦଗାଓଁପେଠ ଟୋଲ ଗେଟ୍‌ ଅତିକ୍ରମ କରିବାର କିଛି ସମୟ ପରେ ଡ୍ରାଇଭର କାୱାଡେ ଦେଖିଲେ ଡକାୟତମାନେ ତାଙ୍କୁ ପିଛା କରୁଛନ୍ତି । ପ୍ରଥମେ ଗୁଳି ବାଜିବା ପୂର୍ବରୁ ସେ ଗାଡ଼ିକୁ ଥାନାରେ ପହଞ୍ଚିବା ପରେ ଅମରାବତୀ ପୋଲିସ ବସ୍‌କୁ ନନ୍ଦଗାଓଁ ପେଠ ଥାନାକୁ ଫେରାଇ ଆଣିଥିଲା। କାୱାଡେଙ୍କୁ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଏହି ଖବର ସୋଲିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ସାହସୀ ଡ୍ରାଇଭରଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଡ୍ରାଇଭର ସବୁ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଛନ୍ତି। ପୋଲିସ ସିସିଟିଭି ଯାଞ୍ଚ କରୁଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button