ରାଜ୍ୟ

ଭାରସ୍ୟାମ ହରାଇ କେନାଲ ଭିତରେ ପଶିଲା କାର – Ibnodisha

[ad_1]

କେନ୍ଦୁଝର : ଭାରସ୍ୟାମ ହରାଇ କେନାଲ ଭିତରେ ପଶିଲା କାର । ଏହି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ଥାନା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଆଜି ସକାଳୁ କାରଟି କେନ୍ଦୁଝରରୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ ଭିତରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଚାଳକର ଅସାବଧାନତା ପାଇଁ କାର କେନାଲ ଭିତରେ ପଶିଯାଇଥିଲା । ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ କାର ଚାଳକକୁ ପଚରାଉଚରା କରୁଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button