ଦେଶ

ହୋଟେଲ ରୁମ୍ରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ବେଙ୍ଗାଲୁରୁର : ହୋଟେଲ ରୁମ୍‌ ଭିତରୁ ମିଳିଲା ବିଦେଶିନୀଙ୍କ ମୃତଦେହ। ବେଙ୍ଗାଲୁରୁର ଏକ ହୋଟେଲ ରୁମ୍‌ ଭିତରୁ ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ମିଳିଛି। ମୃତ ମହିଳା ଜଣକ ହେଲେ ଉଜ୍ୱେକିସ୍ତାନର ଜରିନ। ସେ ମାର୍ଚ୍ଚ ୫ ତାରିଖରେ ବେଙ୍ଗାଲୁରୁ ଆସିଥିଲେ। ସହରର ଶେଷାଦ୍ରିପୁରମ ଅଞ୍ଚଳରେ ଥିବା ଏକ ହୋଟେଲରେ ସେ ରହିଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଯେତେବେଳେ ହୋଟେଲ କର୍ମଚାରୀ ତାଙ୍କ ରୁମ୍‌ କବାଟ ବାଡେଇ ଥିଲେ ସେତେବେଳେ ସେ କିଛି ଉତ୍ତର ଦେଇନଥିଲେ। ଏହାପରେ ହୋଟେଲ କର୍ମଚାରୀ ମାଷ୍ଟର ଚାବି ଆଣି ଉକ୍ତ କବାଟକୁ ଖୋଲି ରୁମ୍‌ ଭିତରକୁ ପଶିଥିଲେ। ଖଟ ଉପରେ ଜରିନ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ହୋଟେଲ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସିସିଟିଭି ଫୁଟେଜ୍‌ ଓ ହୋଟେଲ ରେଜିଷ୍ଟ୍ରାରକୁ ମଧ୍ୟ ପୁଲିସ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button