ରାଜ୍ୟ

ଓଲଟିଲା ଅଟୋ : ୧ ମୃତ – Ibnodisha

[ad_1]

ଦେବଗଡ଼ : ଶନିବାର ଅପରାହ୍ନ ସମୟରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ୫୩ନଂ ଜାତୀୟ ରାଜପଥ ତାରଙ୍ଗ ଗ୍ରାମ ନିକଟରେ ଏକ ପାସେଞ୍ଜର ଅଟୋ ଯାଉଥିଲା । ସେହି ଅଟୋରେ ମୃତ ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀ ଝିଅକୁ ଧରି ଶାଶୁ ଘରୁ ନିଜ ଘରକୁ ଯାଉଥିଲେ । ହେଲେ କିଏ ଜାଣିଥିଲା ବାଟରେ ଏମିତି କଲା ଜଗିବସିଥିବ ବୋଲି । ତାରଙ୍ଗ ଠାରେ ରାସ୍ତା ସମ୍ପ୍ରସାରଣ କାମ ଚାଲୁଥିବା ବେଳେ ବିପରୀତ ଦିଗରୁ ଏକ ହାଇୱା ଟ୍ରକ ଆସୁଥିଲା । ଅଟୋ ଚାଳକ ଜଣକ ରାସ୍ତା ସାଇଟ ଦେବା ସମୟରେ ଭାରସ୍ୟାମ ହରାଇଥିଲେ । ତେବେ ତଟି ଭାରସ୍ୟାମ ହରାଇବା ଫଳରେ ରାସ୍ତା କଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ତ୍ରୀ ଓ ଝିଅ ଆହତ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ଭି କରିଥିଲେ । ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ରିଆମାଳ ଥାନା ପୋଲିସ ଖଵର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ଅଟୋଟିକୁ ଉଦ୍ଧାର କରିଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ମାରିଥିବା ସୂଚନା ମିଲିଛି । ଏନେଇ ରିଆମାଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button