ଅପରାଧ

ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ – Ibnodisha

[ad_1]

ରାଉରକେଲା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବୀଭତ୍ସ ହତ୍ୟା । ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ । ଗାଁ ସ୍କୁଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ । ମୃତକ ହେଲେ ଲମଟି ଗାଁର ୪୯ ବର୍ଷୀୟ ଦେବାନନ୍ଦ ସୁନ୍ୟାନି । ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ କିଏ ଘଟାଇଲେ ଓ କାରଣ କ’ଣ ତାହା ଜାଣିବାକୁ ପୋଲିସ ତଦନ୍ତ କରୁଛି ।

ସ୍ଥାନୀୟ ଲେକେ ଦେବାନନ୍ଦଙ୍କ ମୃତଦେହ ସ୍କୁଲ ପାଖରେ ସନ୍ଦେହଜନକ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ବେଳେ ଏହା ପଛର କାରଣ ପୂର୍ବ ଶତ୍ରୁତା ରହିଥିବା କୁହାଯାଉଛି । ତେବେ କାହା ସହ ମୃତ ଯୁବକଙ୍କ ଶତ୍ରୁତା ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି ପୋଲିସ । ଦେବାନନ୍ଦଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା । ଏହି କାରଣକୁ ହତ୍ୟାକାଣ୍ଡ ହୋଇଛି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button