ଖେଳ

କୋଲ୍‌କାତାର କ୍ରମାଗତ ତୃତୀୟ ବିଜୟ; ୧୦୬ ରନ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ – Ibnodisha

[ad_1]

ବିଶ।।ଖାପାଟଣା: କୋଲ୍‌କାତା ନାଇଟ୍ ରାଇଡର୍ସ ୧୦୬ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚଳିତ ଆଇପିଏଲ୍ ସିଜନ୍‌ରେ କ୍ରମାଗତ ତୃତୀୟ ବିଜୟ ସହ ପଏଣ୍ଟ୍ ଟେବଲ୍ ଶୀର୍ଷରେ ପହଞ୍ଚିଛି । ବୁଧବାର ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚ୍‌ରେ କୋଲ୍‌କାତା ପ୍ରଥମେ ୭ ୱିକେଟ୍ ବିନିମୟରେ ୨୭୨ ରନ୍ କରିଥିଲା । ଏହା ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ । ଜବାବରେ ଦିଲ୍ଲୀ ୧୭.୨ ଓଭର୍‌ରେ ମାତ୍ର ୧୬୬ ରନ୍ କରି ଅଟକିଯାଇଥିଲା । ଏହା ଦିଲ୍ଲୀର ୪ଟି ମ୍ୟାଚ୍‌ରୁ ତୃତୀୟ ପରାଜୟ ।

୨୭୩ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀର ଶୀର୍ଷକ୍ରମ ମିଚେଲ୍ ଷ୍ଟାର୍କ ଓ ବୈଭବ ଆରୋରାଙ୍କ ବୋଲିଂ ଆଗରେ ଭୁଶୁଡ଼ି ପଡ଼ିଥିଲା । ଡେଭିଡ୍ ୱାର୍ଣ୍ଣର୍ ୧୩ ବଲ୍‌ରୁ ୧୮ ଏବଂ ପୃଥ୍ୱୀ ଶ’ ୭ ବଲ୍‌ରୁ ୧୦ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ମିଚେଲ୍ ମାର୍ଶ ଓ ଅଭିଶେକ ପୋରେଲ୍ ଖାତା ଖୋଲିନପାରି ଫେରିଥିଲେ । ତେବେ ମଧ୍ୟକ୍ରମରେ କ୍ୟାପ୍‌ଟେ୍ ଋଷଭ ପନ୍ତ୍ ଓ ଟ୍ରିଷ୍ଟାନ୍ ଷ୍ଟବ୍ସ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି କିଛିଟା ଆଶା ସୃଷ୍ଟି କରିଥିଲେ । ପନ୍ତ୍ ୨୫ ବଲ୍‌ରୁ ୪ ଚୌକା ଓ ୫ ଛକା ସହାୟତାରେ ୫୪ ରନ୍ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ସେହିପରି ଷ୍ଟବ୍ସ ୩୨ ବଲ୍‌ରୁ ୪ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୫୪ ରନ୍‌ରେ ବରୁଣଙ୍କ ଶିକାର ହୋଇଥିଲେ । ଉଭୟଙ୍କ ମଧ୍ୟରେ ୯୩ ରନ୍‌ର ଭାଗୀଦାରି ହୋଇଥିଲା । ମାତ୍ର ଦୁହିଁଙ୍କ ଆଉଟ୍ ପରେ ଦିଲ୍ଲୀ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଟିମ୍‌ର ଶେଷ ୪ ବ୍ୟାଟର୍ ମାତ୍ର ୭ ରନ୍ ମଧ୍ୟରେ ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ୍ ଖାତା ମଧ୍ୟ ଖୋଲିନପାରି ବରୁଣଙ୍କ ତୃତୀୟ ଶିକାର ହୋଇଥିଲେ । କୋଲ୍‌କାତା ପକ୍ଷରୁ ଭୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ଏବଂ ମିଚେଲ୍ ଷ୍ଟାର୍କ ଦୁଇଟି ୱିକେଟ୍ ନେଇଥିଲେ । ଆନ୍ଦ୍ରେ ରସେଲ୍ ଓ ସୁନୀଲ୍ ନରେନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଟସ୍ ଜିତି ବ୍ୟାଟିଂ ନେଇଥିବା କୋଲ୍‌କାତା ପକ୍ଷରୁ ଫିଲ୍ ଶଲ୍ଟ ଓ ସୁନୀଲ୍ ନରେନ୍ ଜୋର୍‌ଦାର ଆରମ୍ଭ କରି ୨୩ ବଲରେ ୫୦ ରନ୍ ପୂରଣ କରିଥିଲେ । ଉଭୟଙ୍କ ମଧ୍ୟରେ ୬୦ ରନ୍‌ର ଭାଗୀଦାରି ହୋଇଥିଲା । ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଉଭୟ ୨୬ ରନ୍ ଉଠାଇଥିଲେ । ତେବେ ପଞ୍ଚମ ଓଭର୍‌ର ତୃତୀୟ ବଲ୍‌ରେ ଏନ୍‌ରିକ୍ ନୋର୍ଜେଙ୍କ ବଲ୍‌ରେ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ କ୍ୟାଚ୍ ଦେଇ ଶଲ୍ଟ (୧୮) ଫେରିଥିଲେ । ଏହାପରେ କ୍ରିଜ୍‌କୁ ଆସିଥିବା ଅଙ୍ଗକୃଷ ରଘୁବଂଶୀଙ୍କ ସହ ନରେନ୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଇତିମଧ୍ୟରେ ୬ଷ୍ଠ ଓଭର୍‌ରେ ରସିକ୍ ସଲାମଙ୍କ ଶେଷ ବଲ୍‌ରେ ଚୌକା ମାରି ନରେନ୍ ୨୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ଚୌକା ସହାୟତାରେ କୋଲ୍‌କାତାର ସ୍କୋର୍ ପାୱାର୍‌ପ୍ଲେରେ ୧ ୱିକେଟ୍ ବିନିମୟରେ ୮୮ ରନ୍‌ରେ ପହଞ୍ଚିଥିଲା । ୪୫ ବଲ୍‌ରେ କୋଲ୍‌କାତାର ସ୍କୋର୍ ୧୦୦ ରନ୍ ପୂରା ହୋଇଥିଲା ।

ଏହା ସହ କୋଲ୍‌କାତା ଚଳିତ ସିଜନ୍‌ରେ ଦ୍ରୁତ ୧୦୦ ରନ୍ କରିବାରେ ପ୍ରଥମ ଟିମ୍ ହୋଇଛି । ଏକାଦଶ ଓଭର୍‌ର ଶେଷ ବଲ୍‌ରେ ରସିକ୍‌ଙ୍କୁ ଚୌକା ମାରି ଅଙ୍ଗକୃଷ ଟିମ୍‌ର ସ୍କୋର୍ ୧୫୦ ରନ୍ ପାର କରାଇଥିଲେ । ୧୨ଶ ଓଭର୍‌ରେ ନରେନ୍ ଓ ଅଙ୍ଗକୃଷଙ୍କ ମଧ୍ୟରେ ଶତକୀୟ ଭାଗୀଦାରୀ ପୂରା ହୋଇଥିଲା । ପରବର୍ତ୍ତୀ ଓଭର୍‌ର ୩ୟ ବଲ୍‌ରେ ମିଚେଲ୍ ମାର୍ଶ ସୁନୀଲ୍ ନରେନ୍ ଓ ଅଙ୍ଗକୃଷଙ୍କ ୧୦୪ ରନ୍‌ର ଶତକୀୟ ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ୩୯ ବଲ୍‌ରେ ୭ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୮୫ ରନ୍ କରିଥିବା ନରେନ୍ ୱିକେଟ୍‌କିପର୍ ଋଷଭ ପନ୍ତ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଏହି ଓଭର୍‌ର ପଞ୍ଚମ ବଲ୍‌ରେ ଅଙ୍ଗକୃଷ ୨୫ ବଲ୍‌ରେ ଆଇପିଏଲ୍ କ୍ୟାରିୟର୍‌ର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ । ଚତୁର୍ଦ୍ଦଶ ଓଭର୍‌ର ତୃତୀୟ ବଲ୍‌ରେ ଅଙ୍ଗକୃଷ୍ଣଙ୍କୁ ଈଶାନ୍ତ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ନୋର୍ଜେ କୋଲ୍‌କାତାକୁ ୩ୟ ଝଟ୍‌କା ଦେଇଥିଲେ । ଅଙ୍ଗକୃଷ ୨୭ ବଲ୍‌ରେ ୫ ଚୌକା ଓ ୩ ଛକା ସହାୟତାରେ ୫୪ ରନ୍ କରିଥିଲେ । ଓଭର୍ ପରେ କୋଲ୍‌କାତା ସ୍କୋର୍ ୩ ୱିକେଟ୍ ବିନିମୟରେ ୧୮୧ ରନ୍ ହୋଇଥିଲା । ୧୬ଶ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଖଲିଲ୍ ଅହମଦ୍‌ଙ୍କୁ ଛକା ମାରି ରସେଲ୍ ଟିମ୍‌ର ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ ।

ଏହା ସହିତ କେକେଆର୍ ପକ୍ଷରୁ ରସେଲ୍‌ଙ୍କ ୨୦୦ ଛକା ପୂରଣ ହୋଇଥିଲା । ଟ୍ରିଷ୍ଟନ୍ ଷ୍ଟବ୍ସଙ୍କ ହାତରେ ଶ୍ରେୟସ୍ ଆୟ (୧୮)ଙ୍କୁ କ୍ୟାଚ୍ କରାଇ ଖଲିଲ୍ ଅହମଦ କୋଲ୍‌କାତାକୁ ୪ର୍ଥ ଝଟ୍‌କା ଦେଇଥିଲେ । ନୋର୍ଜେଙ୍କ ଓଭର୍‌ରେ ରିଙ୍କୁ ସିଂହ ଲଗାତାର ଦୁଇଟି ଛକା ମାରି ସ୍କୋର୍ ୨୫୦ ରନ୍‌ରେ ପହଞ୍ଚାଇଥିଲେ । ଅବଶ୍ୟ ଓଭର୍‌ର ଶେଷ ବଲ୍‌ରେ ସେ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ହାତରେ ଧରାପଡ଼ି ଫେରିଥିଲେ । ରିଙ୍କୁ ୮ ବଲ୍‌ରୁ ଗୋଟିଏ ଚୌକା ଓ ୩ଟି ଛକା ସହ ୩୨୫.୦୦ ଷ୍ଟ୍ରାଇକ୍ ରେଟ୍‌ରେ ୨୬ ରନ୍ କରିଥିଲେ । ଶେଷ ଓଭର୍‌ର ପ୍ରଥମ ବଲ୍‌ରେ ଈଶାନ୍ତ ଶର୍ମା ୟର୍କର୍ ବଲ୍‌ରେ ରସେଲ୍‌ଙ୍କୁ ବୋଲ୍ଡ କରିବା ପରେ ତୃତୀୟ ବଲ୍‌ରେ ରମଣଦୀପ ସିଂହ(୨)ଙ୍କୁ ୱିକେଟ୍ ପଛରେ କ୍ୟାଚ୍ କରାଇଥିଲେ । ରସେଲ୍ ୧୯ ବଲ୍‌ରେ ଚାରି ଚୌକା ତିିନି ଛକା ବଳରେ ୪୧ ରନ୍ କରିଥିଲେ । ଏହି ଓଭର୍ ପରେ କୋଲ୍‌କାତା ସ୍କୋର୍ ୭ ୱିକେଟ୍ ବିନିମୟରେ ୨୭୩ ରନ୍ ହୋଇଥିଲା, ଯାହା ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ । ଦିଲ୍ଲୀ ପକ୍ଷରୁ ନୋର୍ଜେ ସର୍ବାଧିକ ୩ଟି ଏବଂ ଈଶାନ୍ତ ଶର୍ମା ୨ଟି ୱିକେଟ୍ ନେଇଥିଲେ । ଖଲିଲ୍ ଅହମଦ ଓ ମିଚେଲ୍ ମାର୍ଶଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button