ଦେଶ

ଏବେ ‘ଗେରୁଆ’ ରଙ୍ଗରେ ବନ୍ଦେ ଭାରତ ଟ୍ରେନ୍

ଚେନ୍ନାଇ: ବନ୍ଦେ ଭରତ ଟ୍ରେନକୁ ଏବେ ଗେରୁଆ ରଙ୍ଗରେ ଦେଖିବାକୁ ମିଳିବ। ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭାରତରେ ନିର୍ମିତ ଏହି ସେମି ହାଇ ସ୍ପିଡ୍ ଟ୍ରେନର ୨୮ତମ ରେକ୍ ରଙ୍ଗ ‘ଗେରୁଆ’ ହେବ। ନୂଆ ଗେରୁଆ ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଏବେ ଟ୍ରାକକୁ ଆସିନାହିଁ । ଏହାକୁ ବର୍ତ୍ତମାନ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ (ଆଇସିଏଫ୍)ରେ ପାର୍କିଂ କରାଯାଇଛି । ଏଠାରେ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯାଏ । ରେଳ ଅଧିକାରୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସର ମୋଟ ୨୫ଟି ରେକ୍ ସେମାନଙ୍କ ନିର୍ଦ୍ଧାରିତ ମାର୍ଗରେ ଚଳାଚଳ କରୁଛନ୍ତି ଏବଂ ଦୁଇଟି ରେକ୍ ସଂରକ୍ଷିତ ଅଛି | ସେ କହିଛନ୍ତି ଯେ, ୨୮ତମ ରେକର ରଙ୍ଗ ପରୀକ୍ଷାମୂଳକ ଭାବେ ବଦଳାଯାଉଛି। ଏହାର ରଙ୍ଗ ଗେରୁଆ ହେବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ପରିଦର୍ଶନ କରି ଏହି କାରଖାନାରେ ତିଆରି ହେବାକୁ ଥିବା ବନ୍ଦେ ଭରତ ଟ୍ରେନର ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବେ। ବୈଷ୍ଣବଙ୍କ ସହ ବରିଷ୍ଠ ଆଇସିଏଫ୍ ଅଧିକାରୀମାନେ ଯୋଗ ଦେଇଥିଲେ। ରେଳ ମନ୍ତ୍ରୀ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନର ୨୮ତମ ରେକର ନୂଆ ‘ଗେରୁଆ’ ରଙ୍ଗ ଭାରତୀୟ ତ୍ରିରଙ୍ଗାରୁ ଅନୁପ୍ରାଣିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button