ଦେଶ

ସିଙ୍ଗଡାରୁ ଆଳୁ ମସଲା ନୁହେଁ ବାହାରିଲା କଣ୍ଡୋମ, ଖାଉଥିବା ଲୋକେ ତାଜୁବ – Ibnodisha

[ad_1]

ମୁମ୍ବାଇ: ସିଙ୍ଗଡାରୁ ବାହାରିଲା କଣ୍ଡୋମ । ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମହାରାଷ୍ଟ୍ର ପୁଣେର ଗୋଟିଏ ପ୍ରତିଷ୍ଠିତ ଅଟୋ ମୋବାଇଲ କମ୍ପାନୀର କ୍ୟାଣ୍ଟିନରେ ସିଙ୍ଗଡା ଭିତରୁ କଣ୍ଡୋମ ସହ ଗୋଡି, ଗୁଟକା ବାହାରିଛି । କମ୍ପାନୀର କର୍ମଚାରୀମାନେ କ୍ୟାଣ୍ଟିନରେ ବସି ସିଙ୍ଗଡା ଖାଇବା ବେଳେ ତା’ ଭିତରୁ କଣ୍ଡୋମ ବାହାରିଥିଲା । ଏହା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ଏନେଇ ଥାନାରେ ୫ ଜଣଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଘଟଣାଟି ଗତ ମାର୍ଚ୍ଚ ୨୭ ତାରିଖର । ପୁଣେ ପିମ୍ପରି-ଚିଞ୍ଚୱାଡ ସହର ସ୍ଥିତ ଏକ ଅଟୋ ମୋବାଇଲ କମ୍ପାନୀର କର୍ମଚାରୀମାନେ କ୍ୟାଣ୍ଟିନରେ ସିଙ୍ଗଡା ଖାଉଥିବା ବେଳେ ସେଥିରେ ଆଳୁ ସହ ଏମିତି କଣ୍ଡୋମ ଓ ଗୋଡି, ଗୁଟକା ପଶିଥିବା ଦେଖିଥିଲେ ।

ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ଅଟୋ ମୋବାଇଲ କମ୍ପାନୀର କ୍ୟାଣ୍ଟିନକୁ ପୂର୍ବରୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଏସଆରଏସ ଏଣ୍ଟରପ୍ରାଇଜେସ ସଂସ୍ଥା ସହ କମ୍ପାନୀ କଣ୍ଟ୍ରାକ୍ଟ ରବ୍ଦ କରିଦେଇଥିଲା ଏବଂ ଆଉ ଗୋଟିଏ ନୂଆ କଣ୍ଟ୍ରାକ୍ଟରକୁ ଖାଦ୍ୟ ଯୋଗାଇବାକୁ କଣ୍ଟ୍ରାକ୍ଟ ଦେଇଥିଲା । ଏଥିରେ ପୂର୍ବ କଣ୍ଟ୍ରାକ୍ଟର ରାଗି ଯାଇଥିଲା । ତେଣୁ ନୂଆ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ବଦନାମ କରିବାକୁ ସେ ଷଡଯନ୍ତ୍ର ରଚିଥିଲା । ଦୁଇ ଜଣ କର୍ମଚାରୀଙ୍କ ଜରିଆରେ ସେ ନୂଆ କଣ୍ଟ୍ରାକ୍ଟର ଯୋଗାଉଥିବା ଖାଦ୍ୟପଦାର୍ଥରେ ଅପମିଶ୍ରିତ କରିଥିଲା ।

ଖାଦ୍ୟରେ ଗୋଡି, ଗୁଟକା ଓ କଣ୍ଡୋମ ଭର୍ତ୍ତି କରି ସପ୍ଲାଏ କରିଥିଲା । ଯେତେବେଳେ ଅଟୋ ମୋବାଇଲର କର୍ମଚାରୀମାନେ କ୍ୟାଣ୍ଟିନରେ ସିଙ୍ଗଡା ଖାଇଲେ ସେଥିରୁ ଏହିସବୁ ସାମଗ୍ରୀ ବାହାରିଥିଲା । ଏ ଖାଦ୍ୟ ନେଇ କର୍ମଚାରୀମାନେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତରୁ କମ୍ପାନୀ କ୍ୟାଣ୍ଟିନକୁ ପୂର୍ବରୁ ଖାଦ୍ୟ ଯୋଗାଉଥିବା କଣ୍ଟ୍ରାକ୍ଟର ଏଭଳି କାର୍ଯ୍ୟ କରିଥିବା ଜଣାପଡିଥିଲା । ଏନେଇ ପୋଲିସ ଏସଆରଏସ ଏଣ୍ଟରପ୍ରାଇଜସ୍‌?ର ମାଲିକ ରହିମ ଶେଖ, ଅଜହର ଶେଖ, ମଜହର ଶେଖ ଏବଂ ଏହାର କର୍ଚାରୀ ଫିରୋଜ ଶେଖ ଓରଫ ମଣ୍ଟୁ ଏବଂ ବିକି ଶେଖ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି । ଅଟୋ ମୋବାଇଲ କମ୍ପାନୀ ତାଙ୍କର ସଂସ୍ଥା ସହ କଣ୍ଟ୍ରାକ୍ଟ ରବ୍ଦ କରି ନୂଆ କଣ୍ଟ୍ରାକ୍ଟର ଠାରୁ ଖାଦ୍ୟ ଆଣୁଥିବାରୁ ଏଥିରେ ରାଗିଯାଇ ସେମାନେ ଏମିତି କରିଥିବା ଜଣାପଡିଛି । ନୂଆ କଣ୍ଟ୍ରାକ୍ଟରର ଛବି ନଷ୍ଟ କରିବାକୁ ସେମାନେ ଏହା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button