ଓସ୍ତ ଗଛ ର ପତ୍ର ଦୂର ହୋଇଥାଏ ଏହି ୫ ଗୋଟି ରୋଗ

ଆମ ହିନ୍ଦୁ ଧର୍ମରେ ଅଶ୍ୱସ୍ଥ ଗଛକୁ ପୂଜା କରିଥାନ୍ତି । ହିନ୍ଦୁ ମାନ୍ୟତା ଅନୁସାରେ ଅଶ୍ୱସ୍ଥ ଗଛରେ ଅନେକ ଦେବା ଦେବୀ ବସ ବାସ କରନ୍ତି ଏହାକୁ ପୂଜା କରିବା ଦ୍ଵାରା ଗ୍ରହ ଶାନ୍ତି ହୋଇଥାଏ କେବଳ ଖାଲି ଧାର୍ମିକ ଦୃଷ୍ଟିକୋଣ ରୁ ନୁହେଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏଥିରେ ଅନେକ ଔଷଧୀୟ ଗୁଣ ଥାଏ ।ଅଶ୍ୱସ୍ଥ ଗଛହିଁ ଏକମାତ୍ର ଗଛ ଯାହାକି ଦିନ ତାତି ୨୪ ଘଣ୍ଟା ଅମ୍ଳଜାନ ଦେଇଥାଏ ।
ପ୍ରଥମ ହେଲା ହୃଦ୍ରୋଗ ଜନିତ ସମସ୍ୟାରୁ ଦୂର କରେ ।ଅଶ୍ୱସ୍ଥ ଗଛରର ପତ୍ର ହୃଦ୍ରୋଗ ଜନିତ ସମସ୍ୟାରୁ ଦୂର କରିଥାଏ । ଅଶ୍ୱସ୍ଥ ଗଛର ୧୫ ଟି ସତେଜ ପତ୍ର କୁ ନେଇ ଗୋଟେ ଗ୍ଲାସ ପାଣିରେ ବୁଡାଇ ତାକୁ ଗରମ କରନ୍ତୁ ଏବଂ ଭଲଭାବେ ଅଶ୍ୱସ୍ଥ ଗରମ କରିବା ପରେ ସେହି ପଣିକୁ ଥଣ୍ଡା କରି ଦିନରେ ପ୍ରତି ଘଣ୍ଟାରେ ଥରେ ସେବନ କରିବେ ଦେଖିବେ ଏହା ଅପନଙ୍କ ପାଇଁ ଅନେକ ଲାଭଦାୟକ ।
ଦ୍ୱିତୀୟ ହେଲା ଶ୍ବାସ ଜନିତ ସମସ୍ୟା ଦୂର କରେ । ଶ୍ବାସ ଜନିତ ସମସ୍ୟାରୁ ଦୁରେଇବା ପାଇଁ ଅଶ୍ୱସ୍ଥ ଗଛ ଅନେକ ଲାଭପ୍ରଦ ହୋଇଥାଏ । ଏହାର ଛେଲିକୁ ଶୁଖାଇ ତାକୁ ଗୁଣ୍ଡ କରି ସେବନ କରିବା ଦ୍ଵାରା ଉପକାର ମିଳିଥାଏ ।ତୃତୀୟ ହେଲା ଥଣ୍ଡା ଏବଂ କାଶ ଜନିତ ସମସ୍ୟା ଦୂର କରେ । ଋତୁ ପରିବର୍ତନ ସମୟରେ ଶରୀର ଅସୁସ୍ଥ ହୋଇଥାଏ ଏବଂ ଥଣ୍ଡା,କାଶ ଜନିତ ସମସ୍ୟା ଦେଖାଦେଇଥାଏ ।ଏଥିରୁ ମୁକ୍ତି ପାଇବା ପାଇଁ ୫ ଗୋଟି ଅଶ୍ୱସ୍ଥ ଗଛର ପତ୍ରକୁ ଖୀରରେ ପକାଇ ଗରମ କରନ୍ତୁ ଭଲ କରି ଗରମ ହେବ ପରେ ତାକୁ ଥଣ୍ଡା କରି ସେଥିରେ କିଛି ଚିନି ପକାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ ।
ଚତୁର୍ଥ ହେଲା ମଳ କଣ୍ଟକ ଜନିତ ସମସ୍ୟା,ମଳ କଣ୍ଟକ ଜନିତ ସମସ୍ୟା ଥିଲେ ଅଶ୍ୱସ୍ଥ ଗଛର ପତ୍ର ବିଶେଷ ଲାଭପ୍ରଦ ହୋଇଥାଏ | ଅଶ୍ୱସ୍ଥ ଗଛର ପତ୍ରର ରସ ସହ ମିଶାଇ ସେବନ କଲେ ଉପଶମ ମିଳିଥାଏ । ପାଞ୍ଚ ନମ୍ବର ହେଲା ଦାନ୍ତ ଜନିତ ସମସ୍ୟା ଥିଲେ , ଦାନ୍ତ ଜନିତ ସମସ୍ୟା ଥିଲେ ଅଶ୍ୱସ୍ଥ ଗଛର ଦାନ୍ତ କଠି ବ୍ୟବହାର କରନ୍ତୁ ଦେଖିବେ ଏହା କରିବା ଦ୍ଵାରା ଉପକାର ମିଳିଥାଏ | ଅଶ୍ୱସ୍ଥ ଗଛର ପତ୍ର ବାଜିଲା ମାତ୍ରେ ସଙ୍ଗେ ସଙ୍ଗେ ଦୂର ହୋଇଥାଏ ଏହି ୫ ଗୋଟି ରୋଗ ।




