IBN ଓଡ଼ିଶା ବ୍ୟୁରୋ

ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା ” ମା କାଳିଜାଇ ,ପ୍ରକୃତ ସତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ନମସ୍କାର ବନ୍ଧୁଗଣ ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ଵୀପ ମଧ୍ୟରେ ଅବସ୍ଥିତ ନୀଳ ଜଳର ଚଦରରେ ଆବୃତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର କିମ୍ବଦନ୍ତୀ ଭାବରେ ଜଣାଶୁଣା ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏହି ଦ୍ୱୀପରେ ମା କାଳିଜାଇ ପୂଜା ପାଉଛନ୍ତି। କାଳିଜାଇ ଚିଲିକାର ଏକ ସ୍ବତନ୍ତ୍ର ଆକର୍ଷଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମାଆଙ୍କ ଦର୍ଶନ ପାଇଁ ଆସିଥାନ୍ତି ମକର ସଂକ୍ରନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୁଏ ଜାନୁଆରୀ ମାସରେ ପଡ଼ୁଥିବା ମକର ମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ ଏହି ପର୍ବରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

କିମ୍ବଦନ୍ତୀ ଅନୁସାରେ କାଳୀ ଓ ଜାଇ ମାଆଙ୍କର ଦୁଇ ପୃଥକ୍ ପୃଥକ୍ ସ୍ୱରୂପ ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଚଳର ଜଣେ ସାଧାରଣ ଝିଅ ଥିଲା ଯିଏକି କୌଣସି ସମୟରେ ଚିଲିକାର ଗଣ୍ଡ ମଧ୍ୟରେ ବିଲିନ ହୋଇ ଯାଇଥିଲା ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ଵୀପ ପରିକୁତକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡ଼ର ସମ୍ମୁଖୀନ ହୋଇଥିଲା ଝଡ଼ର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଁଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତି ଯାଇଥିଲେ |

ମାତ୍ର ଜାଇର କୌଣସି ପତା ମିଳିନଥିଲା ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକ ମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ ତେଣୁ ଧୀରେ ଧୀରେ ତାଙ୍କୁ ମା କାଳୀଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଜଗନ୍ନାଥ ମାନସିଂହଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ଏହାପରଠାରୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି।

ଲକ୍ଷ୍ୟ ଲୋକ ଚିଲିକା ଉପରେ ନିଜ ଜୀବିକା ନିର୍ବାହ ପାଇଁ ନିର୍ଭର କରନ୍ତି ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକାର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡିଥାଏ ବିଶ୍ୱାସ ଅଛି ଯେ ସେହି ମତ୍ସଜୀବୀ ମାନଙ୍କୁ ମା କାଳିଜାଇ ପ୍ରତି ବିପଦ ମୁହୂର୍ତ୍ତରେ ବିଭିନ୍ନ ଝଡ ବାତ୍ୟାରୁ ରକ୍ଷା କରିଥାନ୍ତି ତେଣୁ ଚିଲିକାର ମତ୍ସ୍ୟଜୀବୀମାନେ ତାଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି କାଳିଜାଇକୁ ଯିବାକୁ ହେଲେ ପ୍ରଥମେ ରାଜଧାନୀ ଭୁବନେଶ୍ଵରରୁ ସଡ଼କ ପଥରେ ବାଲୁକା ପର୍ଯ୍ୟନ୍ତ ପ୍ରାୟ ୯୧ କିଲୋମିଟର ଅତିକ୍ରମ କରିବାକୁ ପଡ଼ିବ ଏହାପରେ ବାଲୁକା ଠାରୁ ୧୮ କିଲୋମିଟର ଦୂର କାଳିଜାଇକୁ ଜଳପଥ ଦେଇ ଯିବାକୁ ହେବ ଏଥିପାଇଁ ବିଭିନ୍ନ ଲଞ୍ଚ ଓ ବୋଟ୍ ର ସୁବିଧା ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button