ସକାଳୁ ଉଠୁ ଉଠୁ କରି ନିଅନ୍ତୁ ଏହି ମାତ୍ର ଗୋଟିଏ କାମ ! ଅତି ଶୀଘ୍ର ମଧ୍ୟ ଆପଣଙ୍କର ଭାଗ୍ୟ ଚମକି ଉଠିବ : Vastu Tips

ନମସ୍କାର ବନ୍ଧୁଗଣ, ମଣିଷ ମନରେ ସବୁବେଳେ ଖୁସିର ଆଶା ଥାଏ । କେହି ବି ଜୀବନରେ ଦୁଃଖ ଏବଂ ଅସୁବିଧାର ସାମ୍ନା କରିବାକୁ ଚାହାନ୍ତି ନାହିଁ । ତେଣୁ ମନରେ ସବୁବେଳେ ସୁଖ ସୁବିଧାର କାମନା ଥାଏ । ତଥାପି କିଛି ଲୋକଙ୍କ ଭାଗ୍ୟରେ ସୁଖ ଲେଖା ନଥାଏ କେବଳ ଦୁଃଖ କଷ୍ଟ ଅସୁବିଧାର ସାମ୍ନା କରି ଜୀବନ କଣ ତାହାର ଅର୍ଥ ବୁଝା ପଡିଯାଇଥାଏ । ସେହିଭଳି ବ୍ୟକ୍ତିଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଖୁସିର ସନ୍ଦେଶ । ଯଦି ଜୀବନରୁ ଆପଣ ଦୁଃଖ, କଷ୍ଟକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ସକାଳୁ କବାଟ ଖୋଲୁ ଖୋଲୁ କରନ୍ତୁ ଏହି କାମ ।
ବସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରବେଶ ଦ୍ଵାରର ବହୁତ ଅଧିକ ମହତ୍ଵ ଥାଏ । ଘରର ମୁଖ୍ୟ ଦ୍ଵାରା ଜରିଆରେ ହିଁ ସୁଖ ସମୃଦ୍ଧି ସବୁକିଛିର ଆଗମନ ହୋଇଥାଏ । ଘରର ମୁଖ୍ୟ କବାଟ ଅନ୍ୟ କବାଟ ଠାରୁ ବଡ ହେବା ଉଚିତ । ଏବଂ ମୁଖ୍ୟ କବାଟ ପାଖା ସ୍ଥାନକୁ ଆପଣ ସର୍ବଦା ସଫା ସୁତୁରା ରଖିବା ମଧ୍ୟ ଜରୁରୀ ହୋଇଥାଏ ।
ରାତିରେ ଆପଣ ଶୋଇବାକୁ ଯିବା ସମୟରେ ପୂଜା କରୁଥିବା ଢାଳରେ ଆପଣ ଜଳ ଭର୍ତ୍ତି କରି ରଖନ୍ତୁ । ଆପଣ ଏହାର ପରଦିନ ଯେତେବେଳେ ଶୋଇକି ଉଠିବେ ସେତେବେଳେ ଆପଣ ଆପଣଙ୍କ ଘରର ମୁଖ୍ୟ କବାଟର ଦୁଇ ପଟ ବନ୍ଧରେ ଅଳ୍ପ ଅଳ୍ପ ଜଳ ଛିଞ୍ଚି ଦିଅନ୍ତୁ । ଯଦି ଆପଣଙ୍କ ପାଖରେ ଗଙ୍ଗାଜଳ ଥିବ ତେବେ ଆପଣ ତାହାର ମଧ୍ୟ ପ୍ରୟୋଗ କରିପାରିବେ ।
ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଆପଣ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ପବିତ୍ରତା ରହିବ । ଆପଣଙ୍କ ଘରକୁ ସୁଖ ସମୃଦ୍ଧିର ଆଗମନ ହେବ । ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିବ । ଆପଣ ଘରକୁ ପୋଛୁଥିବା ପାଣି ଅଳପ ଲୁଣ କିମ୍ବା ହଳଦୀ ଅଳପ ପକାଇ ପୋଛା ଲଗାନ୍ତୁ ।
ଆପଣ ଏହା କରିବା ଦ୍ଵାରା ମଧ୍ୟ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ବନି ରହିବ । ଏବଂ ଆପଣ ଧ୍ୟାନ ରଖନ୍ତୁ ଆପଣଙ୍କୁ ଗୁରୁବାର ଦିନ ପୋଛୁଥିବା ପାଣିରେ ଲୁଣ ଏବଂ ହଳଦୀ ପକାଇବେ ନାହିଁ । ଗୁରୁବାର ଦିନ କେବଳ ଆପଣ ସାଧା ପାଣିରେ ଘର ପୋଛିବା ଆବଶ୍ୟକ ।
ଧନ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଘରରା ମୁଖ୍ୟ ଦ୍ଵାରରେ ଅଶୋକ ପତ୍ରରେ ମାଳ ପ୍ରସ୍ତୁତ କରି ଲଗାନ୍ତୁ । ଏହାଦ୍ଵାରା ଆପଣଙ୍କ ଜୀବନରେ ଧନ ସହ ଜଡିତ ଥିବା ସବୁ ଅସୁବିଧା ଦୂର ହେବ । ଏବଂ ଆପଣ ସହଜରେ ଧନ କମାଇପାରିବେ ।