IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ 4 ଟି ପିସ୍ତା ବାଦାମ ଖାଇବା ଦ୍ଵାରା ମିଳିଥାଏ ଏହି ଫାଇଦା

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ପିସ୍ତା ବାଦାମ ର କିଛି ଏପରି ଉପକାରିତା ଯାହା ବୋଧ ହୁଏ, ଆପଣ ପୂର୍ବରୁ କେବେ ଜାଣି ନ ଥାଇ ପାରନ୍ତି । ବାଦାମ ଏକ ଏପରି ଖାଦ୍ୟ ଯାହା ପୁରାତନ ଇଜିପ୍ଟ ସଭ୍ୟତା ରୁ ହିଁ ଲୋକ ମାନଙ୍କର ପ୍ରିୟ ଖାଦ୍ୟ ରୂପରେ ବ୍ୟବହାର ହୋଇ ଆସିଛି । ଏପରି ରେ ଆଲ୍ମଣ୍ଡରେ ମଧ୍ଯ ବିଭିନ୍ନ ପ୍ରକାରର ଖଣିଜ ଲବଣ ଓ ପୋଷାକ ତତ୍ୱ ଭରି ହୋଇ ରହିଛି । ଯାହା ଆମ ଶରୀର ପାଇଁ ଖୁବ୍ ଆବଶ୍ୟକ ଅଟେ ।

ତେଣୁ ଏହାକୁ ଏକ ସ୍ବାସ୍ଥ୍ୟକର ଷ୍ଣାକ୍ସ ରୂପେ ବ୍ୟବହାର କରାଯାଇ ଥାଏ । ଏଥିରେ ପ୍ରଚୁର ପରିମାଣ ର ଆମିନୋ ଏସିଡ, ମ୍ୟାଗ୍ନେଶୀୟମ, ଭିଟାମିନ-B ଓ ପ୍ରୋଟିନ ଆଦି ଭରି ହୋଇ ରହିଥାଏ ।

ଗବେଷଣା ରୁ ଜଣା ଯାଇଛି ଯେଉଁ ମାନେ ସପ୍ତାହ ରେ 5 ଦିନ ଆଲ୍ମଣ୍ଡ ର ସେବନ କରିଥାନ୍ତି, ସେହି ବ୍ୟକ୍ତି ମାନଙ୍କ ଠାରେ ହୃଦଘାତ ବା ହାର୍ଟ ଆଟାକ ଦେଖା ଦେବାର ସମ୍ଭାବନା 50% କମି ଯାଇଥାଏ । ଆଲ୍ମଣ୍ଡ ରେ ଥିବା ପୋଷକତା ଆମ ମସ୍ତିସ୍କର ବିକାଶ ରେ ମଧ୍ୟ ଖୁବ ଅଧିକ ସହାୟକ ହୋଇଥାଏ ।

ଏହା ମସ୍ତିକ ରେ ଏକାଗ୍ରତା କୁ ମଧ୍ୟ ବୃଦ୍ଧି କରାଇ ଥାଏ । ଆୟୁର୍ବେଦିକ ବିଜ୍ଞାନ ରେ ଏହା ବିଶ୍ବାସ କରାଯାଏ କି, ଆଲ୍ମଣ୍ଡ ରେ ବୁଦ୍ଧି ଶକ୍ତି କୁ ପ୍ରଖର କରିବାର ଶକ୍ତି ରହିଛି । ତାହାଛଡା ଯେଉଁ ବ୍ୟକ୍ତି ମାନେ ପ୍ରତିଦିନ ଆଲ୍ମଣ୍ଡ ର ସେବନ କରିଥାନ୍ତି, ସେମାନଙ୍କ ଠାରେ କୌଣସି ପ୍ରକାରର ମାନସିକ ଚାପ ତଥା ଅନିଦ୍ରା ଜନିତ ସମସ୍ଯା ଦେଖା ଦେଇ ନଥାଏ ।

ଏଥିରେ ଥିବା ପ୍ରଚୁର ପରିମାଣ ର ଫସଫରସ ମସ୍ତିସ୍କର ଶକ୍ତି ଓ ଆଖିର ଦ୍ରୁଷ୍ଟି ଶକ୍ତି କୁ ମଧ୍ୟ ବୃଦ୍ଧି କରାଇଥାଏ । ଆଲ୍ମଣ୍ଡ ରେ ଥିବା ଭିଟାମିନ-E ତ୍ଵଚା କୁ ମଧ୍ୟ ସୁସ୍ଥ, କୋମଳ ଓ ଉଜ୍ଜଳ କରି ରଖେ । ଆଲ୍ମଣ୍ଡରେ ଅନେକ ପ୍ରକାର ପୋଷାକ ତତ୍ଵ ରହୁଥିବାରୁ ଏହା ହାର୍ଟ କୁ ସୁସ୍ଥ ରଖେ ।

ତାହାଛଡା ଏହା ଶରୀର ରେ ସମସ୍ତ ଅସ୍ତି କୁ ମଜବୁତ ରଖିବାରେ ସହାୟକ ହୋଇଥାଏ । ଏହା ବ୍ଯତୀତ ଆଲ୍ମଣ୍ଡ ର ସେବନ କଲେ ଦାନ୍ତ ମଧ୍ୟ ଶକ୍ତ ହୋଇ ରହିଥାଏ । ପ୍ରତିଦିନ ଆଲ୍ମଣ୍ଡ ର ସେବନ କରିବା ଦ୍ଵାରା ଅସ୍ତି ଗୁଡିକ ରେ ମିନେରାଲ ର ସାନ୍ଧତା ବଢିଥାଏ । ଯାହା ସ୍କେଲିଟନ ର ସିଷ୍ଟମ୍ସ କୁ ମଜବୁତ ରଖିଥାଏ । ଆଲ୍ମଣ୍ଡ ରେ ଏପରି ଗୁଣ ରହିଅଛି କି ଏହା ଶରୀର ରେ ଥିବା ଖରାପ କୋଲୋଷ୍ଟ୍ରୋଲ କୁ ମଧ୍ୟ ହ୍ରାସ କରାଇ ଦେଇଥାଏ ।

ତେଣୁ ପ୍ରତ୍ଯେକ ବ୍ୟକ୍ତି କୁ ପ୍ରତିଦିନ ଅତି କମରେ 4 ଟି ଆଲ୍ମଣ୍ଡର ସେବନ ନିହାତି କରିବା ଉଚିତ । ଏହାଛଡା ଗର୍ଭବତୀ ମହିଳା ମାନେ ଆଲ୍ମଣ୍ଡ ର ସେବନ କରିବା ଦ୍ଵାରା ଗର୍ଭ ରେ ଥିବା ଶିଶୁ ର ମଧ୍ୟ ବିକାଶ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button