ରାଜନୀତି

ଆଜି ଓଡି଼ଶା ଆସୁଛନ୍ତି ଅମିତ ଶାହ – Ibnodisha

[ad_1]

ଭୁବନେଶ୍ୱର : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାତି ୧୦ଟା ୪୦ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ । ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବେ । ଆସନ୍ତାକାଲି ଦିନ ୧୧ ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ଅପରାହ୍ନ ୧୨ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ କରିବେ । ଉଭୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ବୈଠକରେ ନବୀନ-ଶାହାଙ୍କ ବ୍ୟତୀତ ରାଜ୍ୟର କିଛି ମନ୍ତ୍ରୀ ମଧ୍ୟ ସାମିଲ ହେବେ।

ଏହା ବ୍ୟତୀତ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ନକ୍ସଲ ଦମନ ନେଇ ସମୀକ୍ଷା କରିବେ। ବର୍ତ୍ତମାନ ରାଜ୍ୟରେ ନକ୍ସଲ ସ୍ଥିତିରେ ବେଶ ସୁଧାର ଆସିଛି। ଦିନେ ପ୍ରାୟ ୨୦ ଜିଲ୍ଲା ମାଓବାଦୀ ପ୍ରଭାବିତ ଜିଲ୍ଲା ଥିଲା। ଏବେ ଏ ସଂଖ୍ୟା ୧୦କୁ ଖସି ଆସିଛି। ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡ଼ିଶାର କାର୍ଯ୍ୟକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିଛି। ଫାଇଲିନ୍‌, ହୁଡହୁଡ୍‌, ତିତିଲି, ଫନି, ଅମ୍ଫନ ଓ ୟଶ ଭଳି ବାତ୍ୟାର ସଫଳ ମୁକାବିଲା କରିଛି ଓଡ଼ିଶା । ଏହାପରେ ୧୨ଟା ୩୦ରୁ ବିଜେପି ବୈଠକରେ ଯୋଗଦେବେ ଶାହ । ଦିନ ୧ଟା ୨୦ମିନିଟରେ ବିଜେପି ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ କରିବେ ଅମିତ ଶାହ । ଅପରାହ୍ନ ୨ଟା ରୁ ୫ଟା ପର୍ଯନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିବେ । ଶନିବାର ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ବି ବୈଠକ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button