ରାଜ୍ୟ

ଏକତା ସୁତ୍ରରେ ବାନ୍ଧି ରଖିଛି ନଡ଼ିଆ ଲଢେଇର ପରମ୍ପରା, ସାମିଲ ହୁଅନ୍ତି ଶହ ଶହ ଲୋକେ

ପିପିଲି: ଆମ ରାଜ୍ୟରେ ଅନେକ ପରମ୍ପରା ପାଳନ କରାଯାଏ । ଏଥି ମଧ୍ୟରୁ ଅନେକ ପରମ୍ପରା ଆମ ସଂସ୍କୃତିକୁ ଏବଂ ସମ୍ପର୍କକୁ ନେଇ ପାଳନ କରାଯାଇଥାଏ । ତେବେ ଏହି ପରମ୍ପରା ମଧ୍ୟରେ ଭିନ୍ନ ଏକ ପରମ୍ପରା ହେଉଛି ନଡ଼ିଆ ଲଢେଇର ପରମ୍ପରା । ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଟି ନଡ଼ିଆକୁ ନେଇ କରାଯାଇଥାଏ ଲଢେଇ । ଯାହା ନଡ଼ିଆ ପ୍ରଥମେ ଭାଙ୍ଗେ ବା ଫାଟି ଯାଏ ସେ ଅନ୍ୟକୁ ସେହି ନଡ଼ିଆ ଦେଇ ପରାଜୟ ବରଣ କରିଥାଏ ।

ତେବେ ଏହି ପରମ୍ପରା ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପାଳନ କରାଯାଇଥାଏ ।

ଆମ ରାଜ୍ୟରେ ଅନେକ ସଂସ୍କୃତି ଓ ପରମ୍ପରା ଆମ ସାଧାରଣ ଚଳଣୀକୁ ନେଇ ହୋଇଥାଏ । ତେବେ ଏହି ପରମ୍ପରା ମଧ୍ୟରେ ଏଭଳି ଏକ ପରମ୍ପରା ହେଉଛି ନଡିଆ ଲଢେଇର ପରମ୍ପରା । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ଏହି ପରମ୍ପରା ବେଶ ଆଦୃତ ହୋଇ ପାରିଛି । ଯେଉଁମାନେ ଏହି ନଡ଼ିଆ ଲଢେଇରେ ସାମିଲ ହୋଇଥାନ୍ତି ସେମାନେ ପ୍ରାୟ ଛଅ ମାସ ପୂର୍ବରୁ ଲଢେଇ ପାଇଁ ଉଦ୍ଦିଷ୍ଟ ନଡ଼ିଆକୁ ସଂଗ୍ରହ କରିଥାନ୍ତି । ଲଢେଇ କରିବା ପାଇଁ ଉପଯୁକ୍ତ ନଡ଼ିଆ ଦାମ ମଧ୍ୟ ୫ ଶହ ଟଙ୍କାରୁ ଆରମ୍ଭ ହୋଇ ୭ ଶହ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଏହାକୁ ସଂଗ୍ରହ କରି ପାଣିରେ କଶା ଯିବା ପରେ ଏହା ଲଢେଇ ପାଇଁ ଉପଯୁକ୍ତ ହୋଇଥାଏ ।

ସାକ୍ଷୀଗୋପାଳ ଅଞ୍ଚଳର ଯୁବକ ହୁଅନ୍ତୁ ଅବା ବୟସ୍କ ସମସ୍ତେ ଏହି ନିଆରା ପରମ୍ପରାରେ ସାମିଲ ହୋଇଥାନ୍ତି । ବିଭିନ୍ନ ଛକ ବଜାର ଠାରୁ ଆରମ୍ଭ କରି ମଠ ମନ୍ଦିର ସମ୍ମୁଖରେ ଏହା ପାଳନ କରାଯାଇଥାଏ । ହାତରେ ନଡ଼ିଆକୁ ଧରି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ପ୍ରତିଯୋଗୀ । ନଡ଼ିଆ ଲଢେଇ ହେବା ପରେ ଯେଉଁ ନଡ଼ିଆଟି ଫାଟି ଯାଇଥାଏ ପ୍ରତିପକ୍ଷ ନଡ଼ିଆର ମାଲିକ ତାକୁ ନେଇଥାନ୍ତି । ତେବେ ଏହି ପରମ୍ପରା କେବଳ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପାଇଁ ହେଉଛି ବୋଲି ସଂସ୍କୃତି ଗବେଷକ କହିଛନ୍ତି । ନଡ଼ିଆ ଲଢେଇର ପରମ୍ପରା ଆମ ସଂସ୍କୃତିକୁ ଉଜ୍ଜିବୀତ କରି ରଖିବା ସହିତ ବୀରତ୍ୱର ପରିଚୟକୁ ପ୍ରମାଣିତ କରୁଛି । ଏହା ସହିତ ଏହି ପରମ୍ପରା ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖପାରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button