ଦେଶ

ନାବାଳିକାକୁ ବ୍ରିଜ୍‌ରୁ ଠେଲିଦେଲା ମାଆର ପ୍ରେମିକ; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ହାଇଦ୍ରାବଦ୍‌: ନିଜର ସାହାସିକତା ପାଇଁ ଜୀବନ ଫେରିପାରିଲା ୧୩ ବର୍ଷୀୟା ନାବାଳିକା । ମୃତ୍ୟୁ ମୁଖକୁ ଠେଲି ଦେଇଥିଲା ମାଆର ସଇତାନ ପ୍ରେମିକ । ଭାଗ୍ୟବଶତଃ ନିଜର ବୁଦ୍ଧି ଓ ସାହାସିକତା ବଳରେ ଜୀବନକୁ ବଞ୍ଚାଇ ପାରିଛନ୍ତି ଆନ୍ଧ୍ରପ୍ରଦେଶ ଗୁନ୍‌ଟୁର୍‌ରେ ରହୁଥିବା ୧୩ ବର୍ଷୀୟ ନାବାଳିକା କିଥନା । ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ଥିବା ରଭୁଲାପାଲିମ୍ ବ୍ରିଜ୍‌ରେ ଘଣ୍ଟା ଘଣ୍ଟା ଧରି ଏକ ପାଇପ୍ ଉପରେ ଝୁଲି ରହିଥିଲା ୧୩ ବର୍ଷୀୟ ନାବାଳିକା କିଥନା । ବିପଦଜନକ ଅବସ୍ଥାରେ ନିଜ ବୁଦ୍ଧି ବଳରେ ପୋଲିସକୁ ଫୋନ୍ କରି ନିଜ ଜୀବନ ଫେରି ପାଇଲା । ଝୁଲନ୍ତା ଅବସ୍ଥାରେ ୧୦୦ ନଂ ଡାଏଲ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲା କିଥନା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କିଥନାଙ୍କୁ ଉଦ୍ଧାର କରିଛି । କିଥନାଙ୍କ କହିବାନୁଯାୟୀ ରବିବାର ଭୋର୍‌ରୁ ସେ ତାଙ୍କ ମାଆ ପୁପଲା ସୁହାସିନି ଓ ବର୍ଷକର ଭଉଣୀ ଜର୍ସିଙ୍କ ସହ ବୁଲୁଥିଲେ । ସାଙ୍ଗରେ ତାଙ୍କ ମାଆଙ୍କ ପ୍ରେମିକ ଉଲଭା ସୁରେଶ ମଧ୍ୟ ଥିଲେ । ସୁରେଶ ଗୋଦାବରୀ ନଦୀ ଉପରେ ସ୍ଥିତ ରଭୁଲାପାଲିମ୍ ବ୍ରିଜ୍ ଉପରେ ଗାଡ଼ିକୁ ରଖି ତାଙ୍କ ସହ ସେଲଫି ଉଠାଇବା ବାହାନାରେ ତିନି ଜଣଙ୍କୁ ବ୍ରିଜ୍‌ରୁ ଠେଲି ଦେଇଥିଲା । ଭାଗ୍ୟବଶତଃ କିଥନା ବ୍ରିଜରେ ଥିବା ପ୍ଲାଷ୍ଟିକ୍ ପାଇପ୍‌କୁ ଧରି ଝୁଲି ରହିଥିଲେ । କିଛି ସମୟ ମଧ୍ୟରେ ଅର୍ଥାତ ସକାଳ ୩:୫୦ ବେଳକୁ କିଥନା ସାହାସିକତା ଦେଖାଇ ନିଜ ପକେଟ୍‌ରେ ମୋବାଇଲ୍ କାଢ଼ି ୧୦୦ ନଂ ଡାଏଲ୍ କରିଥିଲେ ଏବଂ ପୋଲିସକୁ ସବୁକଥା ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବଳିକାକୁ ଉଦ୍ଧାର କରିଥିଲା । ଉଦ୍ଧାର ବେଳେ କିଥନାଙ୍କ ମାଆ ଓ ଭଉଣୀ ନିଖୋଜ ରହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button