ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ… କ’ ଣ କରିବା ଉଚିତ ? ଜାଣନ୍ତୁ ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ !
ପାଟି ଭିତରୁ ଆସୁଥିବା ଦୁର୍ଗନ୍ଧ କୁ କୁପରି ରୋକିପାରିବା । ଏହା କେଉଁ ସବୁ ବିଷୟର ସଙ୍କେତ ଦେଇଥାଏ । ଯଦି ଆପଣ ଖାଇଲା ପରେ ପାଟି କୁ ଭଲ ଭାବରେ ସଫା କରନ୍ତି ନାହିଁ ତେବେ ମଧ୍ୟ ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ । ଯେଉଁମାନେ ପାନ , ତମ୍ବାକୁ ନିଶା ପଦାର୍ଥ କୁ ସେବନ କରନ୍ତି ସେମାନଙ୍କ ପାଟି ରୁ ମଧ୍ୟ ଦୁର୍ଗନ୍ଧ ବାହାରି ଥାଏ ।
ପାଟିରୁ ଦୁର୍ଗନ୍ଧ ଆସିବା ରୋଗର ସଙ୍କେତ ଦେଇଥାଏ ଯଥା ଯେଉଁମାନଙ୍କ ର ମଧୁମୟ ରୋଗ ହୋଇଥାଏ । ଯଦି ଶରୀରରେ ଏହାର ମାତ୍ରା ଅଧିକ ହୋଇଥାଏ ତେବେ ଆମ ପାଟି ରି ଦୁର୍ଗନ୍ଧ ବାହାରିଥାଏ । ଅନେକ ଲୋକମାନେ ଜାଣି ନ ଥାନ୍ତି ଯେ ସେମାନଙ୍କୁ ଡାଇବେଟିସ ହେଇଛି ବୋଲି , କିନ୍ତୁ ପାଟି ରି ଦୁର୍ଗନ୍ଧ ବାହାରିବା ଏହାର ଲକ୍ଷଣ ହୋଇଥାଏ ।
ପାଟି ହେଉଛି ଆମ ଆଇନା , ଯଦି ଶରୀରର ଭିତରେ କୋଣସି ସମସ୍ୟା ସୃଷ୍ଟି ହୋଇଥାଏ ତେବେ ପାଟି ଆମ କୁ କହିଥାଏ । ତେଣୁ ପାଟି ରୁ ଦୁର୍ଗନ୍ଧ ବାହାରିବାକୁ ସାଧାରଣ ଭାବନ୍ତୁ ନାହିଁ । ତୁରନ୍ତ ନିକଟରେ ଥିବା ଡାକ୍ତରକୁ ଦେଖାଇବା ଉଚିତ୍ । ଏହା ଛଡା ଯଦି ଖାଦ୍ୟ ଖାଇଲା ପରେ ଭଲ ଭାବରେ ଦାନ୍ତ ସଫା କରିନଥାଉ । ତେବେ ଦାନ୍ତ ରେ ଖାଦ୍ୟ ର ଅଂଶ ରହିଯାଇ ଥାଏ ଯାହା ଫଳରେ ପାଟି ଭିତରୁ ଦୁର୍ଗନ୍ଧ ବାହାରିଥାଏ ।
ଡାଇବେଟିସ , ଉଚ୍ଚ ରକ୍ତଚାପ , ଫାଇରିଆ ଆଦି ରୋଗ କୁ ଆମେ ପାଟି କୁ ପରୀକ୍ଷା କରିବା ଦ୍ଵାରା ଜାଣିପାରିଥାଉ । ତେଣୁ ଆମ ପାଟି ଆମ କୁ ଅନେକ ବିଷୟ ସମ୍ବନ୍ଧରେ କହିଥାଏ । ଫାଇରିଆ ଭଳି ରୋଗ ଦାନ୍ତ କୁ ଭଲ ଭାବରେ ସଫା ନ କରିବା ଦ୍ଵାରା ଉତ୍ପନ ହୋଇଥାଏ , ଏହାର ଉପଚାର ଆମେ ଡାକ୍ତରଙ୍କ ପରାମର୍ଶ ଦ୍ଵାରା କରିଥାଉ । ଡାକ୍ତରଖାନାରେ ଦାନ୍ତ ସଫା କରିବାର ମେସିନ ରହିଥାଏ ଯାହା ସାହାଯ୍ୟରେ ଆମେ ଦାନ୍ତ କୁ ସଫା କରିଥାଉ ।
ଯଦି ଆପଣଙ୍କ ପାଟିରୁ ଅଧିକ ଦୁର୍ଗନ୍ଧ ବାହାରେ ତେବେ ଡାକ୍ତରଙ୍କ ପାଖ କୁ ଥରେ ଦାନ୍ତ କୁ ସଫା କରି ନିଅନ୍ତୁ । ଯଦି ଆପଣ ଦୁର୍ଗନ୍ଧ ରୁ ବଞ୍ଚିବାକୁ ଚାହାନ୍ତି ତେବେ ଦିନ କୁ ଦୁଇ ଥର ଦାନ୍ତ ଘୋଷିବା ଉଚିତ୍ । ବିଶେଷ ରୂପରେ ରାତ୍ରି ସମୟ ରେ ଦାନ୍ତ ଘୋଷନ୍ତୁ , କାରଣ ରାତ୍ରି ରେ ଖାଦ୍ୟ ପାଟିରେ ରହିବା ଦ୍ଵାରା ବେଶୀ ଦୁର୍ଗନ୍ଧ ବାହାରିଥାଏ । ଖାଦ୍ୟ ଖାଇବାର ପରେ ପାଣି ରେ ପାଟି କୁ କୁଳି କରନ୍ତୁ ।