ରାଜ୍ୟ

ବେଆଇନ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗୋରୁ ଉଦ୍ଧାର

ଭୁବନ, ୨୫।୮: ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ ଭ୍ୟାନକୁ ଶନିବାର ବିଳମ୍ବିତ ରାତ୍ରିରେ ଜବତ କରିଛି ସୁରପ୍ରତାପୁର ଫାଣ୍ଡି ପୋଲିସ । ସୂଚନାନୁସାରେ, କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଅଞ୍ଚଳରୁ ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଯାଜପୁର ଅଞ୍ଚଳକୁ ଚାଲାଣ ହେଉଥିଲା ।

 

ଖବର ପାଇ ସୁରପ୍ରତାପୁର ଫାଣ୍ଡି ଅଧିକାରୀ ଗାଡିକୁ ପିଛା କରି ଜାତୀୟ ରାଜପଥ ୫୩ ଦୟଣାବିଲ ଗ୍ରାମ ନିକଟରେ ଗାଡ଼ିକୁ ଅଟକାଇଥିଲେ ।

ଗାଡ଼ିରେ ଅମାନୁସିକ ଭାବରେ ୬ଟି ଗାଈ ଲଦା ହୋଇ ଚାଲାଣ ହେଉଥିଲା । ୬ଟି ଗାଈକୁ ଉଦ୍ଧାର କରିବା ସହିତ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଫାଣ୍ଡି ପୋଲିସ । ଅଟକ ଦୁଇ ଜଣ ଓଢ଼ଣା ଗ୍ରାମର ବରୁଣ ବିଶ୍ୱାଳ ଓ ବିଭୂତି ଭୁଷଣ ପାତ୍ର ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button