IBN ଓଡ଼ିଶା ବ୍ୟୁରୋ

ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା, ଆସନ୍ତାକାଲି ସୁଦ୍ଧା ଘନିଭୂତ ହୋଇ ଘୂର୍ଣ୍ଣିଝଡ଼ର ନେବ ରୂପ

ନୂଆଦିଲ୍ଲୀ : ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା। ସୌରାଷ୍ଟ୍ର ଓ କଛ ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ହେବ ଧୀରେ ଧୀରେ ଗତି କରୁଛି। ଏହା ଏବେ ଗୁଜରାଟ ଭୁଜ ଠାରୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ୬୦ କିଲୋ ମିଟର ଦୂରରେ ରହିଛି। ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଉତ୍ତରପୂର୍ବ ଆରବ ସାଗର ଉପରେ ଘନିଭୂତ ହେବ। ଘନିଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଘୂର୍ଣ୍ଣିଝଡ଼ର ରୂପ ନେବ।

ଏହାର ପ୍ରଭାବରେ ଗୁଜରାଟରେ ଭୀଷଣ ବର୍ଷା ଲାଗି ରହିଛି। ଅଶାନ୍ତ ହୋଇ ପଡ଼ିଲାଣି ସମୁଦ୍ର। ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହୁଛି। ପବନର ଝଟକା ୬୫ କିଲୋମିଟର ରହୁଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସେହିପରି ଗୁଜରାଟରେ ଲଗାଣ ବର୍ଷା ଜାରି ରହିଛି । ଆଜି ମଧ୍ୟ ସୌରାଷ୍ଟ୍ର ଅଂଚଳକୁ ପ୍ରବଳ ବର୍ଷାର ୱାର୍ଣ୍ଣିଂ। ପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରବିବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ୨୯ ଜଣଙ୍କ ମୃତ୍ୟୁ ହେଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ବନ୍ୟା ପାଣି ଘେରରେ ଫସି ରହିଛନ୍ତି । ରାଜ୍ୟର ୨୪ଟି ନଦୀରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏସଡିଆରଏଫ, ଏନଡିଆରଏଫ ସହ ସେନା ଏବଂ କୋଷ୍ଟାଗାର୍ଡ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button