IBN ଓଡ଼ିଶା ବ୍ୟୁରୋ

ବାସ ଗୋଟିଏ ଥର ଲଗାନ୍ତୁ ଚାନ୍ଦ ଭଳି ଚମକିବା ଚେହେରା…

ସୂଚନା ଅନୁସାରେ ନିଜର ତ୍ଵଚାକୁ ଉଜ୍ଜଳ କରିବାକୁ କିଏ ଅବା ପସନ୍ଦ କରିନଥାଏ । ତେଣୁ ସମସ୍ତେ ନିଜର ଚେହେରାକୁ ଗୋରା, ଦାଗମୁକ୍ତ, ଚମକଦାର ଓ ସୁନ୍ଦର କରିବାକୁ ଚାହିଁଥାନ୍ତି । ଚେହେରାକୁ ସୁନ୍ଦର କରିବାକୁ ଆପଣଙ୍କୁ ଏହି ଉପଚାରକୁ ପ୍ରସ୍ତୁତ କରି ନିଜ ଚେହେରାରେ ପ୍ରୟୋଗ କରିବାକୁ ପଡିବ । ଏହି ଉପାୟକୁ କରିବାକୁ ଆପଣଙ୍କୁ କିଛି ମଶୁର ଡାଲି, କିଛି ବୁଣ୍ଟ ଡାଲିର ଆବଶ୍ୟକତା ରହିଛି ।

 

ଆପଣ ଗ୍ଯାସରେ ଏକ ତାୱା ବସାଇ ସେଥିରେ ବୁଣ୍ଟ ଡାଲି ଓ ମଶୁର ଡାଲିକୁ ଅଳ୍ପ ଭାଜି ଦିଅନ୍ତୁ । ତାପରେ ତାହାକୁ ଗ୍ରାଣ୍ଡିଂ କରି ତାହାର ପାଉଡର ପ୍ରସ୍ତୁତ କରିଦିଅନ୍ତୁ । ସେହି ପାଉଡରକୁ ଆପଣ ଏକ ଚଲା ସାହାଜ୍ଯରେ ଚଳାଇ ଦିଅନ୍ତୁ । ଯେପରି ସେଥିରେ ଥିବା ଖଦଡା  ଅଂଶ ସବୁ ବାହାରି ଚାଲିଆସିବ ।

ତାପରେ ସେହି ଚଳାଇଥିବା ସ୍ବଚ୍ଛ ପାଉଡରରେ ୨ ଚାମଚ ହଳଦୀ ପାଉଡର, ୨ ଚାମଚ ଚନ୍ଦନ ପାଉଡର ଓ ୧ ଚାମଚ ଗୋଲାପ ପାଉଡର ଓ ଚିନିକୁ ଚୁରି ମଧ୍ୟ ପାଉଡର ପ୍ରସ୍ତୁତ କରି ସେହି ପାଉଡର ସେଥିରେ ମିଶାନ୍ତୁ । ଗୋଲାପ ଫୁଲକୁ ଶୁଖାଇ ସେଥିରୁ ପାଉଡର ପ୍ରସ୍ତୁତ କରିପାରିବେ । ଆପଣ ଚାହିଁଲେ ବଜାରରୁ ମଧ୍ୟ ଗୋଲାପ ପାଉଡର କିଣିକି ଆଣିପାରିବେ ।

 

ଏହି ସବୁ ଜିନିଷକୁ ପୁନଶ୍ଚ ଆଉ ଥରେ ଚାଲୁଣୀ ସାହାଜ୍ଯରେ ଭଲ ଭାବରେ ଚଳାଇ ଦିଅନ୍ତୁ । ଯେପରି ସମସ୍ତ ଖଦଡା ଅଂଶ ଏଥିରୁ ବାହାରି ଚାଲିଆସିବ। କାରଣ ଖଡଡା ଅଂଶ ସ୍କିନକୁ ଖରାପ କରିପାରେ । ତାପରେ ଯେଉଁ ପାତ୍ରରେ ଆପଣ ଏହି ପ୍ରସ୍ତୁତ କରିଥିବା ପାଉଡରକୁ ରଖିଥିବେ । ସେହି ପାଉଡରରେ ୨ ଚାମଚ ନଡିଆ ତେଲ, ୪ ଚାମଚ ବାଦାମ ତେଲ ଓ ଗୋଲାପ ଜଳ ମିଶାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଯଦି ଗୋଲାପ ଜଳ ନାହିଁ । ତେବେ ଏଥିରେ ପାଣି ମିଶାଇ ମଧ୍ୟ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଆପଣଙ୍କର ସ୍କ୍ରବର ପ୍ରସ୍ତୁତ ହୋଇଯିବ । ଏହି ଉପଚାରକୁ ଆପଣ କୌଣସି ଏକ ଡବାରେ ବନ୍ଦ କରି ରଖି ମାସ ପର୍ଯ୍ୟନ୍ତ ମଧ୍ୟ ରଖି ଦେବେ । ଯେତେବେଳେ ଏହାକୁ ବ୍ୟବହାର କରିବାର ଥିବ । ଆପଣ ଏଥିରୁ ଯେତିକି ଦରକାର ସେତିକି ପରିମାଣର କାଢି ସେଥିରେ କିଛି ମାତ୍ରାରେ ଦହି ମିଶ୍ରଣ କରି ଶରୀରର ସଂପୂର୍ଣ୍ଣ ଅଙ୍ଗରେ ଲଗାଇପାରିବେ ।

 

ଏହାକୁ ଚେହେରା ସହିତ ଶରୀରର ସବୁ ଜାଗାରେ ଭଲ ଭାବରେ ମାଲିସ କରି ଲଗାଇ ଦେବେ । ତାପରେ ଏହା କିଛି ସମୟ ପରେ ଶୁଖିଗଲା ପରେ ଏହାକୁ ଘଷି ଛଡାଇ ପାରିବେ କିମ୍ବା ପାଣି ସାହାଜ୍ଯରେ ଧୋଇ ମଧ୍ୟ ପାରିବେ । ତାପରେ ଆପଣ ନିଜେ ଏହି ଉପଚାରର ଚମକଦାର ପ୍ରଭାବ ଦେଖିବାକୁ ପାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button