ରାଜ୍ୟ

ସୁବର୍ଣ୍ଣପୁରରେ ନିଆରା ଲଙ୍କାପୋଡି ଲୋକପର୍ବ ପାଳିତ

ମାଜ ଡିଜିଟାଲ ଡେସ୍କ: ସୁବର୍ଣ୍ଣପୁରରେ ପାଳନ ହେଲା ନିଆରା ଲଙ୍କାପୋଡି ଲୋକପର୍ବ। ସୋମବାର ଭାଦ୍ରବ ସପ୍ତପୁରୀ ଅମାବାସ୍ୟା ତିଥିରେ ଲୋକ ସଂସ୍କୃତିର ନିଆରା ଲୋକପର୍ବ ପୁରାଉଆଁସ ପର୍ବ ସହ ‘ଲଙ୍କାପୋଡି’ ମହୋତ୍ସବ ପାଳିତ ହୋଇଛି। ଦିନବେଳା ଗାଁ ମୁଣ୍ଡର ଚୌହଦି ଓ ଚଉତରାରେ ଝିଅମାନେ କୁଣ୍ଢିକାଞ୍ଚିର ଖେଳ ଖେଳିଥିବା ବେଳେ ଘରକରଣାକୁ ନେଇ ପରସ୍ପର ଭିତରେ ବିବିଧ ଖେଳ ଖେଳିଛନ୍ତି।

ସୁବର୍ଣ୍ଣପୁର ସହରରେ ପ୍ରସିଦ୍ଧ ଲଙ୍କାପୋଡି ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତି ସରିଛି । ସଂଧ୍ୟା ହେଉଣୁ ପୋଡାମାଟିର ଟେରାକୋଟା ହନୁମାନ ଖେଳନା କଣ୍ଢେଇର ଲାଞ୍ଜରେ ଅଗ୍ନି ସଂଯୋଗ ପୂର୍ବକ ସହରର ଗଳି କନ୍ଦିରେ ଛୋଟ ଶିଶୁମାନେ ଏହି ବିରଳ ମାଟି ହନୁମାନ କଣ୍ଢେଇ ସବୁକୁ ଟାଣିବେ। କାହିଁ କେତେଦିନରୁ ସୁବର୍ଣ୍ଣପୁର ଗଡଜାତ ଅଂଚଳରେ ଏହି ଅପୂର୍ବ ପରମ୍ପରା ରହିଛି। ଐତିହାସିକ ତଥ୍ୟ ମତେ ସପ୍ତମ-ଅଷ୍ଟମ ଶତାଦ୍ଦୀରୁ କେବଳ ସୁବର୍ଣ୍ଣପୁର ଗଡଜାତ ଅଂଚଳରେ ଏହି ନିଆରା ଲଙ୍କାପୋଡି ଲୋକପର୍ବ ପାଳିତ ହୋଇ ଆସୁଥିବା ବେଳେ ଅମାବାସ୍ୟାର ଅନ୍ଧାର ଚିରି ଆଲୁଅର ବର୍ଣ୍ଣାଳୀ ବୁଣି ଚାଲିଛି । ପଶ୍ଚିମଲଙ୍କା ଭାବେ ପରିଚିତ ସୁବର୍ଣ୍ଣପୁରର ‘ଲଙ୍କାପୋଡି ପର୍ବ’ ସହ ପୋଡାମାଟି ଟେରାକୋଟାର ଏହି ବିରଳ କଳାକୃତି ଦେଶ ବିଦେଶର ଅନେକ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button