IBN ଓଡ଼ିଶା ବ୍ୟୁରୋ

ବ୍ଯକ୍ତିର ଜନ୍ମ ସମୟ କହିଥାଏ କଣ ହେବ ତା’ର ଭବିଷ୍ୟତ, ଦେଖନ୍ତୁ କଣ କହୁଛି ଆପଣଙ୍କ ଜନ୍ମ ସମୟ ?

ସୂଚନା ଅନୁସାରେ ମନୁଷ୍ୟର ସ୍ଵଭାବ ଓ ବ୍ୟକ୍ତିତ୍ବ ଜାଣିବା ପାଇଁ ଆମେ ଅନେକ କାରକର ଆବଶ୍ୟକତା କରିଥାଉ । ଯେପରି ବ୍ୟକ୍ତିର ନାମ, ଜନ୍ମ ସ୍ଥାନ, କଳାଜାଇ, ରାଶି ଏହିପରି ଅନେକ ତଥ୍ୟ ଦେଖିକରି ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଅବଗତ କରିହୁଏ । ସେହି ପରି ଆପଣମାନେ ନିଜର ଜନ୍ମ ସମୟ ଜାଣିଥିଲେ । ନିଜର ବିଷୟରେ ଅନେକ ତଥ୍ୟ ଜାଣିବାକୁ ପାଇପାରିବେ । ସକାଳ ଭୋର ସମୟ ୪ ରୁ ୬ ଟା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ।

 

ଏହି ଲୋକମାନଙ୍କର ସୂର୍ଯ୍ୟ ଘରର ପ୍ରଥମ ସ୍ଥାନରେ ଥିବାରୁ ସ୍ଵାସ୍ଥ ବହୁତ ଭଲ ରହିବାର ସମ୍ଭାବନା ଥାଏ । ଏହି ଲୋକମାନେ ନିଜ କହିଥିବା କଥାକୁ ନେଇ ବହୁତ ଦୃଢ ସଂକଲ୍ପ ରହିଥାନ୍ତି । ଏମାନଙ୍କର ଭବିଷ୍ୟତ ଅଧିକ ହିଁ ଉଜ୍ଜଳ ରହିଥାଏ । ଯେଉଁ ମାନଙ୍କର ଜନ୍ମ ସମୟ ସକାଳ ୬ ରୁ ୮ ଟା ମଧ୍ୟରେ ହୋଇଥାଏ । ଏହି ଲୋକମାନଙ୍କର ଜୀବନରେ ଏପରି ଏକ ପରିବର୍ତ୍ତନ ଆସିବ ।

ଯାହା ଦ୍ଵାରା ସେମାନଙ୍କର ଜୀବନରେ ତାଙ୍କୁ ଏକ ନୂଆ ସକାଳ ଦେଖିଲା ପରି ଅନୁଭବ ହୋଇବ । ନିଜର ବାଣୀକୁ ସଂଯମ ରକ୍ଷା କରି କହିବା ଦ୍ଵାରା ଏମାନେ ଜିନରେ ଅନେକ ଉନ୍ନତି କରିବାର ସମ୍ଭାବନା ରହିଥାଏ । ଯେଉଁ ବ୍ୟକ୍ତିବିଶେଷ ମାନେ ସକାଳ ୮ ରୁ ୧୦ ଟା ମଧ୍ୟରେ ହୋଇଥାଏ । ଏହି ଲୋକମାନେ ମିଳାପୀ ପ୍ରକୃତିର ହୋଇଥାନ୍ତି ।

 

ଏମାନଙ୍କର ଅନେକ ଗୁଡିଏ ସାଙ୍ଗ ରହିଥାନ୍ତି । ଏମାନେ ନିଜର ପ୍ରାପ୍ୟ ଠାରୁ ବହୁତ କିଛି ଜୀବନରେ ପାଇପାରିଥାନ୍ତି । ଯେଉଁ ମାନଙ୍କର ଜନ୍ମ ସମୟ ୧୦ ରୁ ୧୨ ଟା ମଧ୍ୟରେ ହୋଇଥାଏ । ଏମାନଙ୍କର ବ୍ୟକ୍ତିତ୍ବ ଶ୍ରେଷ୍ଠ ହୋଇଥାଏ । ଏମାନେ ନିଜର କଠିନ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟକୁ ସଫଳ କରିବାରେ ସକ୍ଷମ ହୋଇପାରିଥାନ୍ତି । ଯେଉଁ ଲୋକମାନେ ଜନ୍ମ ଦିପହର ୧୨ ରୁ ୨ଟା ଭିତରେ ହୋଇଥାଏ ।

ଏମାନେ ବହୁତ ମାତ୍ରାରେ ପରୋପକାରୀ ହୋଇଥାନ୍ତି । ନିଜର ବହୁତ ସମୟ ପୂଜା ପାଠରେ ମନାନିବେଶ କରିଥାନ୍ତି ।ଏମାନଙ୍କର ଆଗାମୀ ସମୟ ବହୁତ ଭଲ ରହିବା ସହ ଭବିଷ୍ୟତରେ ଅନେକ ଉନ୍ନତି କରିପାରନ୍ତି । ଯେଉଁ ବ୍ୟକ୍ତିବିଶେଷ ମାନଙ୍କର ଜନ୍ମ ସମୟ ଦିପହର ୨ ରୁ ୪ ଟା ଭିତରେ ହୋଇଥାଏ ।

 

ସେମାନେ ତାଙ୍କ ଜୀବନରେ ଅନେକ କିଛି ବାଧାବିଘ୍ନ ଦେଇ ଗତି କରିଥାନ୍ତି । ଧନକୁ ନେଇ କିଛି ସମସ୍ଯାର ଶିକାର ହୋଇପାରନ୍ତି । ଯଦି ଆପଣ ନିଜର ପରିଶ୍ରମ ଜାରି ରଖିବେ । ତେବେ ନିଶ୍ଚୟ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button