ରାଜ୍ୟ

ବରିଷ୍ଠ ଅଭିଭାବକ ଦିବସ, ମାର୍ଗ ଖୋଜୁଛନ୍ତି ମାର୍ଗଦର୍ଶକ

ଭୁବନେଶ୍ୱର,୧୦/୦୯: ବରିଷ୍ଠ ଅଭିଭାବକମାନେ ଆମର ମାର୍ଗଦର୍ଶକ । ଜୀବନକାଳ ମଧ୍ୟରେ ବହୁ ଘାତ ପ୍ରତିଘାତରୁ ସେମାନେ ଅସୀମ ଅଭିଜ୍ଞତା ସାଇତି ରଖିଥାନ୍ତି । ଯାହାର ଉପଯୋଗ କରି ଆମେ ଏକ ଉଜ୍ୱଳ ଭବିଷ୍ୟତ ଆଡକୁ ଯାଇପାରିବା । କିନ୍ତୁ ପରିତାପର ବିଷୟ ଏହି ବରିଷ୍ଠ ଅଭିଭାବକମାନେ ଆଜି ଅବହେଳିତ । ଯେଉଁମାନେ ଆମକୁ ମାର୍ଗ ଦର୍ଶନ କରିବା କଥା, ସେମାନେ ଆଜି ନିଜେ ବଞ୍ଚିବାକୁ ମାର୍ଗ ଖୋଜୁଛନ୍ତି ।

ଅରକ୍ଷିତ ରାଉଳ ଓ ପ୍ରଭାକର ପାତ୍ର । ନିଜ ପିଲାମାନେ ସେମାନଙ୍କୁ ପର କରିଦେଲେ । ନିରାଶ୍ରୟ ହୋଇ ସେମାନେ ରାସ୍ତାରେ ବୁଲୁଥିଲେ । ଖାଇବାକୁ ଦୁଇମୁଠା ଯୋଗାଡ଼ କରିବା ତ ଦୂର କଥା, ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଖଣ୍ଡେ ପାଉନଥିଲେ । ଏପରି ସ୍ଥିତିରେ ସେମାନଙ୍କୁ ସହାୟ ହେଲା ୟୁନିଟ୍-୬ ସ୍ଥିତ ସହରାଞ୍ଚଳ ଆଶ୍ରୟ ଗୃହ । ୭ବର୍ଷ ହେଲା ଏହା ସେମାନଙ୍କ ଠିକଣା ପାଲଟିଛି । କେବଳ ଏହି ଦୁଇ ଜଣ ନୁହନ୍ତି, ଅନେକ ବୃଦ୍ଧ ବାପାମା’ ଆଜି ଅବହେଳିତ । ଆଗରୁ ଯୌଥ ପରିବାର ଥିଲା । ଘରେ ଜଣେ କି ଦୁଇଜଣ ବରିଷ୍ଠ ଅଭିଭାବକ(ଗ୍ରାଣ୍ଡ ପ୍ୟାରେଣ୍ଟ) ଘରର ମେରୁଦଣ୍ଡ ଭଳି ରହୁଥିଲେ । କିନ୍ତୁ ଆଉ ସେ ଯୌଥ ପରିବାର ନାହିଁ । ପିଲାମାନେ ବାପା ମା’ଙ୍କୁ ଛାଡ଼ି ବାହାରେ ରହୁଛନ୍ତି । ତେଣୁ ବରିଷ୍ଠ ଅଭିଭାବକମାନେ ବାରଦୁଆର ବୁଲୁଛନ୍ତି । ସମ୍ ହସ୍ପିଟାଲ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କହିଛନ୍ତି, ବର୍ତ୍ତମାନ ସମୟରେ ପୁଅବୋହୂ ‘ମୁଁ ଓ ମୋର’ ନୀତିରେ ଚାଲୁଛନ୍ତି । ପୁଅ ଯାହା ରୋଜଗାର କରୁଛି, ସେଥିରେ ସ୍ତ୍ରୀ ଓ ପିଲାଙ୍କୁ ଚଳାଉଛି । କିନ୍ତୁ ବୃଦ୍ଧ ବାପା, ମାଙ୍କୁ ପୋଷିବାକୁ କୁନ୍ଥକୁନ୍ଥ ହେଉଛି । ଏଥିପାଇଁ ସଚେତନତା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button