ନିୟମିତ ବ୍ୟାୟାମ କରନ୍ତୁ, ଫିଟ୍ ରୁହନ୍ତୁ.
ମୁମ୍ଵାଇ ୧୨।୦୯: ମହିଳାମାନଙ୍କ ଉପରେ ଉଭୟ ଘର ଓ ବାହାର ଦାୟିତ୍ୱ ରହିଥାଏ । ତେଣୁ ସେମାନେ ବ୍ୟସ୍ତତା ଭିତରେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ସଚେତନ ରହିପାରି ନଥାନ୍ତି । ତେଣୁ ପରବର୍ତ୍ତୀ ସମୟରେ ବହୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଏମିତି କିଛି ଟିପ୍ସ ରହିଛି, ଯଦି ମହିଳାମାନେ ଏହାକୁ ନିୟମିତ ଅନୁସରଣ କରିପାରନ୍ତି, ତେବେ ସେମାନଙ୍କ ଜୀବନରେ ଅନେକ ସୁଧାର ଆଣିପାରିବେ ।
ଏଥିପାଇଁ ସମୟ ବାହାର କରିବାକୁ ପଡି ନଥାଏ । ଏ ଅଭ୍ୟାସଗୁଡିକ ହେଉଛି ….
– ନିୟମିତ ଡାଏଟ୍ରେ ମଖାନା, ଅଞ୍ଜିର ଓ ଖଜୁରୀକୁ ସାମିଲ କରନ୍ତୁ । ଏସବୁ ପିରିୟଡ୍ସ ଏବଂ ମେନୋପଜ୍ ସମୟରେ ହର୍ମୋନ୍ ଅସନ୍ତୁଳନରେ ସୁଧାର ଆଣିଥାଏ । ଏହି ଖାଦ୍ୟ ପେଲଭିକ୍ ଏରିଆରେ ରକ୍ତ ପ୍ରବାହକୁ ତୀବ୍ର କରିବା ସହ ହାଡ଼କୁ ମଜଭୁତ କରିଥାଏ ।ଏହାସହ ଥକାପଣ ଦୂର କରିଥାଏ ।
– ନିୟମିତ ଥଣ୍ଡା ପାଣିରେ ତ୍ୱଚାକୁ ସଫା କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ତ୍ୱଚାର ରକ୍ତ ସଂଚାର ଭଲ ହୋଇଥାଏ । ଫଳରେ ତ୍ୱଚାରେ ପ୍ରାକୃତିକ ଚମ୍କ ଆସିଥାଏ । ଏହା ତ୍ୱଚାର ପୋର୍ସକୁ ବନ୍ଦ କରିବା ସହ ବ୍ରଣ ଓ ବ୍ଲାକ୍ହେଡସ୍ କମ୍ ହୋଇଥାଏ । ସେହିପରି ଥଣ୍ଡା ପାଣିରେ ତ୍ୱଚା ସଫା କରିବା ଦ୍ୱାରା ଆଖିତଳେ କଳା ଦାଗ ଓ ଜ୍ୱଳନ କମ୍ ହୋଇଥାଏ ।
-ପାଚନ ତନ୍ତ୍ରରେ ସୁଧା ଆଣିବା ପାଇଁ ନିୟମିତ ମଳାସନରେ ବସିବା ସହ ଉଷୁମ ପାଣି ପିଇବା ଆବ୍ୟଶକ । ଏପରି କରିବା ଦ୍ୱାରା ମଳତ୍ୟାଗ ସହଜ ହୋଇଥାଏ । ପେଟର ଗ୍ୟାସ ସହ ବ୍ଲୋଟିଂ କମ୍ ହୋଇଥାଏ ।
– ଡାଏଟ୍ରେ ବିଭିନ୍ନ ମଞ୍ଜିକୁ ସାମିଲ୍ କରନ୍ତୁ । ମଞ୍ଜିରେ ଉଚ୍ଚ ମାତ୍ରାର ଫାଇବର ରହିଥାଏ, ଯାହା ପାଚନ ତନ୍ତ୍ରକୁ ତୀବ୍ର କରିବା ସହ କବ୍ଚ ପରି ସମସ୍ୟାକୁ ଦୂର କରିଥାଏ । ଏଥିରେ ଥିବା ଭିଟାମିନ୍-ଇ କେଶ ଝଡିବାରୁ ରୋକିବା ସହ କେଶ ମୂଳକୁ ମଜଭିତ କରିଥାଏ ।
– ସକାଳୁ ଉଠି ତ୍ୱଚା ଓ ବେକରେ ଟ୍ୟାପିଂ ନିଶ୍ଚୟ କରନ୍ତୁ । ଏହା ତ୍ୱଚାର ଜ୍ୱଳନକୁ ଶାନ୍ତ କରିଥାଏ । ତ୍ୱଚାର ମାଂସପେଶୀକୁ ଆରାମ ଦେବା ସହ କୋଲେଜନ୍ ଉତ୍ପାଦକୁ ବଢାଇଥାଏ । ଫଳରେ ତ୍ୱଚା ଲୋଚାକୋଚା ହୋଇ ନଥାଏ ।
– ନିୟମିତ ସକାଳେ ଅନୁଲୋମ-ବିଲୋମ ପ୍ରାଣାୟାମ କରିବା ଦ୍ୱାରା ହର୍ମୋନ୍ ଅସନ୍ତୁଳିତ ହୋଇ ନଥାଏ । ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ସେହିପରି ଚିନ୍ତା ଓ ଅବସାଦକୁ କମ୍ କରେ ।
– ନିୟମିତ ପାଦକୁ କାନ୍ଥ ସହ ସିଧା ରଖି ବ୍ୟୟାମ ନିଶ୍ଚୟ କରନ୍ତୁ । ଏପରି କରିବା ଦ୍ୱାରା ପିଏମ୍ଏସ୍ ଲକ୍ଷଣ କମ୍ ହୋଇଥାଏ । ପ୍ରଜନନ କ୍ଷମତା, ରକ୍ତଚାପ ଓ ହୃଦୟଜନିତ ସମସ୍ୟାରେ ସୁଧାର ଆସିଥାଏ । ସେହିପରି ରକ୍ତ ପ୍ରବାହରେ ତୀବ୍ର ହେବା ସହ ମନ ଓ ଶରୀରକୁ ଅରାମ ମିଳିଥାଏ