ସପ୍ତାହରେ ଏହି ଦୁଇ ଦିନରେ ନଖ ଓ ଚୁଟି କାଟିଲେ ଜୀବନରେ କେବେ ଆସି ନଥାଏ ଦରିଦ୍ରତା
ବନ୍ଧୁଗଣ ଏହି ସଂସାର ରେ ଚଳିବା ପାଇଁ କିଛି ରୀତି ନୀତି ଅଛି । ଆମ ଜୀବନ ଚର୍ଚ୍ଚା ମଧ୍ୟରେ ନାନାଦି କର୍ମ ମାନ ମଧ୍ୟରେ ଖିଅର ହେବା ହେଉଛି ଅନନ୍ୟ ଗୋଟିଏ କର୍ମ । ବହୁ କାଳ ପୂର୍ବରୁ ମୁନି ରୁଷି ମାନେ ବେଦ ଶାସ୍ତ୍ର ମଧ୍ୟରେ ଆମ ମନୁଷ୍ୟ ମାନଙ୍କର ହିତ ସାଧନ ଆକରୀ କେଉଁ ବାର ରେ ଖିଅର ହେଲେ ଭଲ ହୋଇଥାଏ ଓ କେଉଁ ବାରରେ ଖିଅର ହେଲେ ଖରାପ ହୋଇଥାଏ, ସେ ସବୁକିଛି ବର୍ଣ୍ଣନା କରି ଯାଇଛନ୍ତି । ତାହାକୁ ଅନୁସରଣ କରି ଜୀବନରେ ଚାଲିଲେ ଏହା ଆମ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ ।
ଆଜିର ଏହି ବିଷୟ ସାହାର୍ଯ୍ୟ ରେ ଆପଣ ଜଣାଇ ପାରିବେ କେଉଁ ବାରରେ ଖିଅର ହେଲେ କଣ ହୋଇଥାଏ । ତେବେ ଆସନ୍ତୁ ଆଉ ଅଧିକ ବିଳମ୍ବ ନ କରି ଆଜିର ଏହି ବିଷୟ ବସ୍ତୁ ଟିକୁ ପ୍ରାରମ୍ଭ କରିବା । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଅଶୌଚ ଘରକୁ ଛାଡି ଦେଲେ, ବାପ ପୁଅ ଏକ ବାରରେ ବା ଏକ ଘରେ ଖିଅର ହେବା ଅଶୁଭ ହୋଇଥାଏ ।
ଏହାକୁ ଗାଁ ଗହଳିରେ ମଧ୍ୟ ଅନେକ ଲୋକ ମାନଙ୍କ ମୁହଁ ରୁ ଶୁଣିବାକୁ ମିଳିଥାଏ । ଯଦି ବାର ର ବିଚାର କୁ ଯିବା ତେବେ ବାର ହେଉଛି ସାତ ବାର । ବାର ଅନୁସାରେ ବାପ ପୁଅ ବାରେ ଖିଅର ହେବ ବୋଲି କୁହାଯାଇଛି । ଏହାର ଅର୍ଥ ବାପ ହେଉଛି ସୋମ ଓ ପୁଅ ହେଉଛି ବୁଧ । ତେଣୁ ଆମେ ସୋମବାର ଓ ବୁଧବାର ଦିନ ଖିଅର ହୋଇ ପାରିବା ।
ବାପ ପୁଅ ବାରେ ଖିଅର ନୋହିବ । ଏହାର ଅର୍ଥ ହେଉଛି ବାପ ହେବେ ମଙ୍ଗଳ ଓ ପୁଅ ହେଉଛନ୍ତି ଶନି । ତେବେ ମଙ୍ଗଳବାର ଓ ଶନିବାର ଦିନ ଖିଅର ହେବା ନାହିଁ । ବନ୍ଧୁଗଣ ଏହି ସବୁ ହେଉଛି ଆମ ମୁନିରୁଷି ମନକର ମତ । ତାହାଛଡା ମୁନିରୁଷି ମାନଙ୍କର ଏହା ମଧ୍ୟ ମତ ଅଛି କି ମାସ ରେ କୌଣସି ଏକାଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ତଥା ଶନିବାର ଓ ମଙ୍ଗଳବାର ଦିନ ଖିଅର ହେବା ଉଚିତ ହୋଇ ନଥାଏ ।
ତାହାସହ ଆଉ ଏକ ମତ ମଧ୍ୟ ମୁନିରୁଷି ମାନେ ଦେଇଛନ୍ତି କି ଯଦି ଆମେ ରବିବାର ଶନିବାର ଓ ମଙ୍ଗଳବାର ଦିନ ଖିଅର ହେବ ଅତେବେ ଏହି ବାର ମାନଙ୍କର ଅଧିପତି ଦେବତା ମାନେ ଆମର ଆୟୁଷ ହରଣ କରି ନେବେ ବୋଲି କୁହାଯାଇଛି । ଯେପରିକି ରବିବାର ରେ ଖିଅର ହେଲେ 1 ମାସ ଆୟୁଷ କମି ଯାଇଥାଏ । ଶନିବାର ରେ ଖିଅର ହେଲେ 7 ମାସ ଆୟୁଷ କମି ଯାଇଥାଏ ।