IBN ଓଡ଼ିଶା ବ୍ୟୁରୋ

ହିଷ୍ଟ୍ରିୟା କ’ଣ ? ଏହା ଏକ ରୋଗ ନା ମାନସିକ ସମସ୍ୟା

ନମସ୍କାର ବନ୍ଧୁଗଣ ତେବେ ହିଷ୍ଟ୍ରିୟା ଏମିତି ଏକ ଶବ୍ଦ ରୁ ଆସିଛି ହିଷ୍ଟେରୋ ଅର୍ଥାତ୍ ୟୁଟେରସ ବା ଗର୍ଭାଶୟ । ଯେଉଁ ସ୍ତ୍ରୀ ଲୋକମାନେ ପ୍ରେଗଣେନ୍ଟ ଥାନ୍ତି ସେମାନଙ୍କର ମୁଣ୍ଡ ବୁଲେଇବା , ଅଚେତ ହୋଇଯିବା,ଚିଡଚିଡା ହେବା, ଏପଟସେପଟ କଥା ହେବା ଏମିତି ସବୁ ଲକ୍ଷଣ ଦେଖା ଯାଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ହୋଇପାରେ , ଆଧୁନିକ ଗବେଷକ ମାନେ ମାନସିକ ବିଶେଷଜ୍ଞ ମାନେ ଏହି ୱାଡ କୁ ରିଫ୍ଲେସ କରି କନଭରସନ ଡିଜଡ ନା ଦେଇଛନ୍ତି ।


ଏହାର କାରଣ ହିଷ୍ଟିୟା ୱାର୍ଡ ବହୁତ ଖରାପ ମିନିଙ୍ଗ ରେ ବ୍ୟବହାର କରା ଯାଉଛି।ଯେଉଁମାନେ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷ, ଯେଉଁମାନଙ୍କ ଚରିତ୍ର ଖରାପ ସେମାନଙ୍କୁ ମଧ୍ୟ ହିଷ୍ଟ୍ରିୟା ବୋଲି କୁହାଯାଉଛି । ତେବେ କିନ୍ତୁ ସେମିତି କିଛି ଅର୍ଥ ନାହିଁ ଯାହା ହିଷ୍ଟ୍ରିୟା ରୋଗ ସହ ସମ୍ବନ୍ଧ ରଖୁଥିବ । ମଣିଷର ଦୁଇଟି ଜିନିଷ ଅଛି । ଗୋଟେ ହେଉଛି ମନ ଆଉ ଗୋଟେ ହେଉଛି ଦେହ ।

ଯଦି ଦେହରେ କିଛି ରୋଗ ହୁଏ ତେବେ ତାକୁ ଶାରିରୀକ ରୋଗ ବୋଲି କୁହାଯାଏ ଏବଂ ଯଦି ମନର କିଛି ରୋଗ ହୁଏ ତେବେ ତାକୁ ମାନସିକ ରୋଗ କୁହାଯାଏ । ଯେତେବେଳେ ମଣିଷ ମନରେ ମାନସିକ ଚାପ ପଡ଼େ ଓ ମଣିଷ ନିଜକୁ ଅସହାୟ ବୋଲି ଭାବେ । ତେବେ ତାହାର ମାନସିକ ଚାପ ଟି ଶରୀରରେ କିଛି ରୋଗ ଆକାରରେ ରୂପାନ୍ତରିତ ହୋଇଥାଏ ସେତେବେଳେ ଏହାକୁ କନଭରସନ୍ ଡିସଅର୍ଡର ବୋଲି କୁହାଯାଏ ।


ତେବେ ଏହି କନଭରସନ ଡିଜଡ୍ ଗୁଡିକର ବହୁତ ଗୁଡିଏ ଲକ୍ଷଣ ରହିଛି , ଏହା ଡେଲି ଲାଇଫ୍ ରେ ବହୁତ କମନ୍ କିନ୍ତୁ ଏହା ଆମେ ଜାଣି ପାରି ନଥାଉ । ଉଦାହରଣ ସ୍ୱରୂପ ଜଣେ ସ୍ତ୍ରୀ ଲୋକ ନୂଆକରି ବାହା ହୋଇଯାଇଛି । ଆଗରୁ ସେ ବାପଘରେ ସେମିତି କିଛି କାମ ଜଣି ନଥାଏ କିନ୍ତୁ ଶାଶୁଘରେ ଅଧିକ କାମର ପ୍ରେସର ପଡିଲା , ଶାଶୁ ତାଙ୍କୁ ଛୋଟ ଛୋ଼ଟ କଥା ରେ କମେଣ୍ଟ ମଧ୍ୟ ମାରିଲେ ।

ଏହିସବୁ ମାନସିକ ଚାପ ପଡିବା ଦ୍ୱାରା ସେ ନିଜକୁ ଅସହାୟ ଫିଲ କରି ଏକ ପାରାଲିସ୍ ହୋଇଯାଇଛି।ସେ ଆଉ ଚାଲିପାରୁ ନାହିଁ ଏ କ୍ଷେତ୍ରରେ ତାଙ୍କୁ ଡକ୍ଟର ପାଖକୁ ନିଆଯାଏ । ଟ୍ରିଟମେଣ୍ଟ ପରେ ସବୁ ନରମାଲ ହିଁ ଆସିଥାଏ ଶେଷରେ ମାନସିକ ଚାପ ଯୋଗୁଁ ଏମିତି ହୋଇଛି ବୋଲି ଜଣା ପଡିଥାଏ ।

ହିଷ୍ଟ୍ରିୟା ଜନିତ ମୂର୍ଚ୍ଛା ସେଥିରେ ସେ କେବେ ନିଦରେ ହେବ ନାହିଁ ବହୁତ ସମୟ ପାଇଁ ହେବ । ଅଧଘଣ୍ଟେ ଦୁଇ ଘଣ୍ଟା କିମ୍ବା ତିନି ଘଣ୍ଟା ସେନ୍ସଲେସ୍ ହୋଇ ଲୋକେ ପଡି ରହିଥିବେ।ଏଥିରେ ଜିଭରୁ ରକ୍ତ ବାହାରିବ ନାହିଁ । ଲୁଗାରେ ପରିସ୍ରା ହେବ ନାହିଁ।ଏହା ଗୋଟେ ମାନସିକ ଚାପ ପରେ ଷ୍ଟାଟ ହୋଇଥାଏ । ତେଣୁ ମାନସିକ ଚାପର କାରଣ ଜାଣିବାକୁ ପଡିବ ତା ପରେ ଏହାର ଟ୍ରିଟମେଣ୍ଟ କରିବାକୁ ପଡିବ।

ତେବେ ଏହା ଏକ ମାନସିକ ରୋଗ , ଏହା କେବଳ ସାଇକାଡ୍ ଡକ୍ଟର ହିଁ ଟ୍ରିଟମେଣ୍ଟ କରିପାରିବେ । ଟ୍ରିଟମେଣ୍ଟ କରିବା ପୂର୍ବରୁ ତାଙ୍କର ପ୍ରପର ହିଷ୍ଟ୍ରୀ ନେବାକୁ ପଡିବ। ଏହି ହିଷ୍ଟ୍ରୀ ନେବା ଦ୍ୱାରା ରୋଗୀର ମାନସିକ ଚାପ ବିଷୟରେ ଜାଣିପାରିଥାଉ । ଏହାପରେ ଦୁଇ ପ୍ରକାର ଚିକିତ୍ସା କରା ଯାଇଥାଏ ଗୋଟିଏ ହେଉଛି ମନସ୍ତ୍ୱାତ୍ତିକ ଚିକିତ୍ସା ଓ ଅନ୍ୟଟି ମେଡିସିନ ।

ମନସ୍ତ୍ୱାତିକ ଚିକିତ୍ସାରେ ରୋଗୀର ମାନସିକ ଚାପକୁ ଠିକ୍ ଭାବରେ ବାହାର କରୁ । ଏହାପରେ ତାଙ୍କୁ କିଛି ମେଡିସିନ ଦିଆଯାଏ ଏଣ୍ଟି ଡିପେରେସନ ବା ଏଣ୍ଟିଆନଜାଇଟି ଏବଂ କାଉନସିଲ ଦୁଇଟା ମିଶେଇ ଟ୍ରିଟମେଣ୍ଟ କଲେ ଭଲ ହୋଇଯିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button