ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ମୁଖ୍ୟମନ୍ତ୍ରୀ ଦେଲେ ୧୦ ଟଙ୍କିଆ ନୋଟ୍, ଜାଣନ୍ତୁ କ’ଣ ପାଇଁ ଖାସ୍ ଏହି ନୋଟ୍..

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ ତମ ଜନ୍ମଦିବସ ଉପଲକ୍ଷେ ଏକ ଦଶ ଟଙ୍କିଆ ନୋଟ୍ ଥିବା ଏକ ସ୍ମାରକୀ ଉପହାର ଦେଇଛନ୍ତି ।
ମାତ୍ର ୧୦ ଟଙ୍କିଆ ନୋଟ୍ ଥିବା ଏହି ଉପହାର ଖାସ୍ ଧରଣର ଉପହାର ବୋଲି ଜଣାପଡିଛି । ଏହି ନୋଟ୍ର ସିରିଏଲ୍ ନମ୍ବର ୧୭୦୯୫୦ ରହିଛି । ଯାହା ପ୍ରଧାନମନ୍ତ୍ରୀଙ୍କ ଜନ୍ମ ତାରିଖ । ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ରାଜ୍ୟର ମେହ୍ଷାଣା ଜିଲାର ଭାଦ୍ନଗରରେ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଏହି ଖାସ୍ ଉପହାର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।