ରାଜ୍ୟ

ଡଙ୍ଗା ଚଳାଇ ଗାଁକୁ ଗଲେ ଚିତ୍ରକୋଣ୍ଡା ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ

ମାଲକାନଗିରି: କଥା ଦେଇ କଥା ରଖିଲେ ବିଧାୟକ । ନିଜର କଥା ରଖିବାକୁ ଯାଇ ନିର୍ବାଚନ ପରେ ଗଜିଆଗୁଡା ଗାଁକୁ ଗଲେ ଚିତ୍ରକୋଣ୍ଡା ବିଧାୟକ। ଲୋକଙ୍କ କଥା ଶୁଣିବାକୁ ଭରା ନଦୀ ପାର ହୋଇ ମାଲକାନଗିରି ଜିଲ୍ଲା ଗଜିଆ ଗୁଡା ଗାଁରେ ପହଞ୍ଚିଲେ ବିଧାୟକ। ଦେଶୀ ଡଙ୍ଗା ଚଳାଇ ନଦୀ ପାର ହେଲେ। ଅପହଞ୍ଚ ଇଲାକାରେ ଲୋକଙ୍କ କଥା ଶୁଣିଲେ ଓ ଦୁଃଖ ପଚାରି ବୁଝିଲେ ବିଧାୟକ ମଙ୍ଗୁ ଖିଲ।

ନିର୍ବାଚନ ପରେ ଏହା ହେଉଛି ତାଙ୍କର ଗାଜିଆ ଗୁଡା ଗାଁ କୁ ପ୍ରଥମ ଗସ୍ତ। ବିଧାୟକଙ୍କ ଆଗମନକୁ ବେଶ୍ ଉତ୍ସାହ ସହ ଅପେକ୍ଷା କରିଥିଲେ ଗ୍ରାମବାସୀ। ବିଧାୟକ ମଙ୍ଗୁ ଖିଲଙ୍କୁ ଖଇରପୁଟ ବ୍ଲକ ଗୋବିନ୍ଦ ପାଲି ପଞ୍ଚାୟତର ଗଜିଆ ଗୁଡା ଗ୍ରାମବାସୀ ମାନେ ପାଛୋଟି ନେଇଥିଲେ। ସେଠାରେ ଲୋକଙ୍କ ସମସ୍ୟା ବୁଝିଥିଲେ।

ଗାଁକୁ ଗୋଟିଏ ବ୍ରିଜ ନିର୍ମାଣ ହେଉଛି କିନ୍ତୁ ଶେଷ ହେବାର ନାଁ ଧରୁନି। ଅଧପନ୍ତରିଆ ହୋଇ ପଡିରହିଛି। ଜିତିବା ପରେ ନିର୍ମାଣ କାମ କେମିତି ଶେଷ ହେବ, ତାଉପରେ ବିଧାୟକଙ୍କ ପ୍ରଥମ ନଜର ରହିବ ବୋଲି ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ବିଧାୟକ। ତେଣୁ ବିଧାୟକଙ୍କ ଗସ୍ତ ସବୁ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଭରିଦେଇଥିଲା। ଯାହା ପାଇଁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସୀ।

Related Articles

Leave a Reply

Your email address will not be published. Required fields are marked *

Back to top button