ରାଜ୍ୟ

ଆର୍ୟନ ଇଞ୍ଜିନିୟରିଂ କଲେଜରେ ଗଣ୍ଡଗୋଳ ମାମଲା, ୩ ଛାତ୍ରଙ୍କୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର,୨୩/୦୯: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳିରେ ଥିବା ଆର୍ୟନ ଇଞ୍ଜିନିୟରିଂ କଲେଜରେ ଦୁଇ ଛାତ୍ରଗୋଷ୍ଠୀ ପିଟାପିଟି ସହ ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ଙ୍କୁ ଆକ୍ରମଣ ମାମଲାରେ ୩ ଡିପ୍ଲୋମା ଛାତ୍ରଙ୍କୁ ଉଠାଇ ଆଣିଛି ପୁଲିସ । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏହି ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି ।

ସୂଚନା ଥାଉକି, ଆର୍ୟନ ଇଞ୍ଜିନିୟରିଂ କଲେଜରେ ଓଡ଼ିଆ ଓ ଅଣଓଡ଼ିଆ ଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ କିଛିଦିନ ହେଲା ବିବାଦ ଦେଖା ଦେଇଥିଲା । ଯାହାକି ଶନିବାର ଉଗ୍ରରୂପ ଧାରଣ କରିଥିଲା । ଗତକାଲି ସନ୍ଧ୍ୟାରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କରୁ ପିଟାପିଟି ହୋଇଥିଲେ । ଏପରିକି ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଅଜିତ ପଣ୍ଡାଙ୍କୁ ବି ମରଣାନ୍ତକ ଆକ୍ରମଣ କରିଥିଲେ । ଶ୍ରୀ ପଣ୍ଡାଙ୍କୁ ହସ୍ପିଟାଲ ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ମଧ୍ୟ ଛାତ୍ରମାନେ ଭଙ୍ଗାରୁଜା କରିଥିଲେ ।

ସୁପରିଟେଣ୍ଡେଣ୍ଟ୍ ଶ୍ରୀ ପଣ୍ଡାଙ୍କ ଠାରୁ ଖବରପାଇ ଏୟାରଫିଲ୍ଡ ଥାନା ପୁଲିସ ଓ ଏସିପି କଲେଜରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ପିଟାପିଟିରେ ସୁପରିଟେଣ୍ଡେଣ୍ଟ୍ ଶ୍ରୀ ପଣ୍ଡାଙ୍କ ସମେତ ୭ ଜଣ ଅହାତ ଛାତ୍ରଙ୍କୁ ହସ୍ପିଟାଲ ପଠା ଯାଇଥିଲା । କଲେଜରେ ଅଧିକ ଉତ୍ତେଜନା ପାଇବାରୁ କର୍ତ୍ତୃପକ୍ଷ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଲେଜକୁ ସାଇନ- ଏ -ଡାଏ ଘୋଷଣା କରାଯାଇଛି । ଆଜି ସଂପୂର୍ଣ୍ଣ ହଷ୍ଟେଲ ଖାଲି ହୋଇ ଯାଇଛି । ତଥାପି ପୁଲିସ ପକ୍ଷରୁ କଲେଜ ଓ ଆଖପାଖରେ ପଇଁତରା ଜାରି ରହିଛି । ତେବେ କଲେଜରେ ବୋମାମାଡ଼ ଖବରକୁ ଏୟାରଫିଲ୍ଡ ଥାନା ଅଧିକାରୀ ମିଛ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button