ରାଜ୍ୟ

ରହସ୍ୟରେ ଜ୍ୟେଷ୍ଠ ମୃତ୍ୟୁ ଘଟଣା: ପୁଲିସ ପିଟିପିଟି ମାରିଥିବା ଅଭିଯୋଗ ଆଣିଲେ ପତ୍ନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୮ ତାରିଖରେ ଜ୍ୟେଷ୍ଠ ଗଣ୍ଡକୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହେଲେ ତାଙ୍କ ବାଇକ୍ ଥାନାରେ ଥିଲା। ପାଞ୍ଚ ଦିନ ପରେ ବି ଏ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ଏଣେ ଜ୍ୟେଷ୍ଠଙ୍କୁ ହତ୍ୟା କରାଯାଇଥିବା ଏବଂ ଏଥିରେ ନିର୍ଦ୍ଦିଷ୍ଟ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ନେଇ ମୃତକଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ।

ମାମଲାର ନିରପେକ୍ଷ ତଦନ୍ତ ପାଇଁ କନ୍ଧମାଳ ଏସ୍ପିଙ୍କ ନିର୍ଦ୍ଦେଶରେ ଗୋଛାପଡ଼ା ଥାନା ଦାୟିତ୍ବରେ ଥିବା ଟ୍ରେନି ସବ୍ ଇନିସ୍ପେକ୍ଟର ଅଜିତ୍ ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେହିଭଳି ୩ ଜଣ ହୋମ୍ଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଏବଂ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।

ଏସ୍ଆଇ ଓ ହାବିଲ୍ଦାର ନିଲମ୍ବିତ, ୩ ହୋମ୍ଗାର୍ଡ କାର୍ଯ୍ୟରୁ ଅନ୍ତର
ଘାଟିରାସ୍ତାରୁ ମିଳିଥିଲା ମୃତଦେହ, ଥାନାରେ ବାଇକ୍
ଗଞ୍ଜେଇ ଚାଲାଣ ସନ୍ଦେହରେ ପିଛା କରିଥିଲା ପୁଲିସ

ଗତ ସେପ୍ଟେମ୍ବର ୨୮ ତାରିଖରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବେହେରାପଡ଼ାର ଜ୍ୟେଷ୍ଠ (୩୦)ଙ୍କ ମୃତଦେହ ଗୋଛାପଡ଼ା ଥାନା ଅନ୍ତର୍ଗତ ଡାଙ୍ଗଣାମୁ ଘାଟିରୁ ମିଳିଥିଲା। ତାଙ୍କ ସ୍ବାମୀଙ୍କୁ ପୁଲିସ ପିଟିପିଟି ହତ୍ୟା କରିଛି ବୋଲି ମୃତ ଜ୍ୟେଷ୍ଠଙ୍କ ପତ୍ନୀ ସୁମନ୍ତୀ ଅଭିଯୋଗ କରିଛନ୍ତି। ତେବେ ଜ୍ୟେଷ୍ଠଙ୍କ ମୃତ୍ୟୁ ସ୍ବାଭାବିକ ନା ତାଙ୍କୁ ହତ୍ୟା କରାଯାଇଛି, ତା’ର କାରଣ ଏଯାଏ ସ୍ପଷ୍ଟ କରିପାରି ନାହିଁ ପୁଲିସ। ଅନ୍ୟପଟେ ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ସବ୍ ଇନିସ୍ପେକ୍ଟର, ହାବିଲ୍ଦାର ଓ ୩ ହୋମ୍ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଏସ୍ପି ବଳଭଦ୍ର ଦୀପ୍ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button