IBN ଓଡ଼ିଶା ବ୍ୟୁରୋ

ଆମେଥୀ ଗଣହତ୍ୟା: ପରକୀୟା ପ୍ରୀତି ପାଇଁ ବଳିପଡ଼ିଲା ୪ ଜୀବନ

ମେଥୀ: ଉତ୍ତର ପ୍ରଦେଶର ଆମେଥୀର ଗଣହତ୍ୟାକାଣ୍ଡକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଆମେଥୀରେ ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କର ଶିକ୍ଷକଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରୀତି ରହିଥିଲା ବୋଲି ପୁଲିସ୍ ସୂଚନା ଦେଇଛି।

ଆମେଥୀ ପୁଲିସ୍ ଅଧୀକ୍ଷକ ଅନୁପ ସିଂ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବର୍ମାଙ୍କୁ ଜେରା ବେଳେ ସେ ଏହି ହତ୍ୟାକାଣ୍ଡକୁ ସ୍ବୀକାର କରିଛନ୍ତି।

ସେ କହିଛନ୍ତି ଯେ ନିକଟ ଅତୀତରେ ସେ ମହିଳାଙ୍କ ପ୍ରେମରେ ପଡ଼ି ଏଭଳି କାଣ୍ଡ ରଚିଛନ୍ତି।

ଅଭିଯୁକ୍ତ କହିଛନ୍ତି ଯେ ସେ ଗତ ୧.୫ ବର୍ଷ ଧରି ପୁନମ ନାମ୍ନୀ ଉକ୍ତ ମହିଳାଙ୍କ ସହ ଅନୈତିକ ସଂପର୍କରେ ଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଖରାପ ହୋଇଯାଇଥିଲା। ଯାହା ଦ୍ବାରା ସେ ଚାପଗ୍ରସ୍ତ ରହୁଥିଲେ। ମହିଳାଙ୍କ ଉପରେ ରାଗ ସୁଝାଇବାକୁ ଯାଇ ସେ ତାଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସିଂ କହିଛନ୍ତି।

ପୁଲିସ କହିଛି ଯେ ବର୍ମା ଗୋଟିଏ ପିସ୍ତଲରୁ ୧୦ ରାଉଣ୍ଡ ଗୁଳି ଚଳାଇ ଶିକ୍ଷକ ସୁନୀଲ, ତାଙ୍କ ପତ୍ନୀ ପୁନମ, ସେମାନଙ୍କର ୬ ବର୍ଷର ଝିଅ ଦୃଷ୍ଟି ଏବଂ ସେମାନଙ୍କର ଏକ ୧ ବର୍ଷର ଝିଅକୁ କରିଛି। କେବଳ ସେତିକି ନୁହେଁ, ସେ ନିଜ ଜୀବନ ମଧ୍ୟ ଚେଷ୍ଟା କରି ବିଫଳ ହୋଇଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button