ଦେଶ

ଅଜାଣତରେ ସ୍ତ୍ରୀ ଦେହରେ ଧକ୍କା ହୋଇଥିବା ଯୁବକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଲା ସ୍ବାମୀ – Ibnodisha

[ad_1]

ମୁମ୍ବାଇ: ଅଜାଣତରେ ସ୍ତ୍ରୀ ଦେହରେ ଧକ୍କା ହୋଇଥିବା ଯୁବକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଲା ସ୍ବାମୀ। ମୁମ୍ବାଇରେ ଘଟିଛି ଏଭଳି ଘଟଣା। ଏହି ହତ୍ୟାକାଣ୍ଡ ଅଭିଯୋଗରେ ପୁଲିସ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଶୀତଲ ମାନେ (୩୦) ଓ ଅବିନାଶ ମାନେ(୩୫)। ମୃତକଜଣକ ଦିନେଶ ରାଠୋର ବୋଲି ଚିହ୍ନଟ କରାଯାଇଛି।

ପୁଲିସର ସୂଚନା ମୁତାବକ, ଶୀତଲ ଓ ଅବିନାଶ ମାନଖୁର୍ଦ ଯିବା ପାଇଁ ରବିବାର ରାତି ୯.୧୫ରେ ସାୟନ ଷ୍ଟେସନରେ ପହଞ୍ଚିଥିଲେ। ଦୁହେଁ ଷ୍ଟେସନରେ ପହଞ୍ଚିବା ପରେ ପ୍ଲାଟଫର୍ମ ନମ୍ବର ୧ରେ ଶୀତଲଙ୍କ ଦେହରେ ଧକ୍କା ହୋଇଥିଲେ ଦିନେଶ। ଅଜାଣତରେ ଏଭଳି ହୋଇଥିବାରୁ ଦିନେଶ କ୍ଷମା ମାଗିଥିଲେ ବି ତାଙ୍କୁ ଛତାରେ ପିଟିବା ଆରମ୍ଭ କରିଥିଲେ ଶୀତଲ। ପତ୍ନୀ ଜଣେ ଅଜଣା ଯୁବକଙ୍କ ସହ ଝଗଡ଼ା କରୁଥିବା ଦେଖି ଅବିନାଶ ପାଖକୁ ଆସିବା ସହ କିଛି ନବୁଝି ଦିନେଶଙ୍କୁ ରାଗରେ ରେଳ ଧାରଣାକୁ ଠେଲି ଦେଇଥିଲେ। ଏହି ସମୟରେ ‌ସେହି ରେଳ ଧାରଣା ଦେଇ ଯାଉଥିବା ଏକ ଟ୍ରେନ ଦିନେଶଙ୍କ ଉପରେ ଚଢ଼ିଯାଇଥିଲା। ଏହା ଫଳରେ ଘଟଣାସ୍ଥଳରେ ଦିନେଶଙ୍କର ମୃତ୍ୟୁ ହୋଇଥିଲା।

ପ୍ରଥମେ ଦାଦର ଜିଆରପି ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଭାବିଥିବା ବେଳେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବାରୁ ଅବିନାଶ ଧକ୍କା ଦେବା ପରେ ଦିନେଶଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଥିଲା। ଅଜାଣତରେ ହତ୍ୟା କରିବାର ଉଦ୍ଦେଶ୍ୟ ନଥାଇ ବି ଏଭଳି ଘଟିଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button