ସଧବା ନାରୀ ମାନଙ୍କ ପାଇଁ ଚୁଡି ପିନ୍ଧିବାର ନିୟମ, ନିଶ୍ଚୟ ଜାଣି ରଖନ୍ତୁ ନହେଲେ ସ୍ବାମୀଙ୍କ ଉପରକୁ ଆସିଥାଏ ସଙ୍କଟ
ବନ୍ଧୁଗଣ, ହିନ୍ଦୁ ଧର୍ମରେ ବିବାହିତ ନାରୀ ମାନେ ନିଜ ହାତରେ ଚୁଡି ପିନ୍ଧିଥାନ୍ତି । ଚୁଡି ହୋଇଥାଏ ସୌଭାଗ୍ୟ ର ପ୍ରତୀକ । କାଚ ଚୁଡି ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ୟତୀତ ଜଉ ଚୁଡି ଯାହାକୁ ବିବାହ ସମୟରେ ପିନ୍ଧିଥାନ୍ତି ତାହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ମାତ୍ର ପ୍ଲାଷ୍ଟିକ ରେ ନିର୍ମିତ ଚୁଡି ଶୁଭ ହୋଇନଥାଏ । ଯଦି ଆପଣ ମେଟାଲ ଚୁଡି ପିନ୍ଧୁଛନ୍ତି ତେବେ ଏହା ସହିତ ନାଲି ଶଙ୍ଖା ମଧ୍ୟ ପିନ୍ଧିବେ । ଏହାକୁ ନାଲି ମାଟିର ଚୁଡି ମଧ୍ୟ କୁହାଯାଇଥାଏ ।
ଓଡିଆ ଘରର ନିୟମ ଅନୁଯାୟୀ ଆପଣ ଯେତେ ପ୍ରକାରର ଚୁଡି ପିନ୍ଧିଲେ ମଧ୍ୟ ଆପଣଙ୍କ ହାତରେ ଶଙ୍ଖା ପଟେ ରହିବ । ମାତ୍ର ଧଳା ଶଙ୍ଖା ନୁହେଁ, ଯେଉଁ ଶଙ୍ଖା କୁ ଶଙ୍ଖର ଶଙ୍ଖା କୁହାଯାଏ, ତାହାକୁ ବେଙ୍ଗୋଲି ମାନେ ପିନ୍ଧିଥାନ୍ତି । ଏହା ତାଙ୍କର ପରମ୍ପରା ଅଟେ । କିନ୍ତୁ ଆମ୍ଭ ଓଡିଆ ଘରେ ନାଲି ମାଟିର ଶଙ୍ଖା ଅଥବା ଲାଖ ତିଆରି ଶଙ୍ଖା କୁ ସମସ୍ତେ ପିନ୍ଧି ଥାନ୍ତି ଏହାପରେ ଅନ୍ୟାନ୍ୟ ଶଙ୍ଖା କୁ ଆପଣ ମାନେ ପିନ୍ଧି ପାରିବେ ।
ଯେଉଁ ମାନେ ମା’ ହୋଇଥାନ୍ତି ସେମାନଙ୍କ ଚୁଡି ଏନ୍ତୁଡି ଛୁଆଁ ହୋଇଥାଏ । ଯେଉଁଦିନ ସେମାନେ ଗାଧୋଇଥାନ୍ତି ସେ ଦିନ ସମସ୍ତ ଚୁଡି କୁ ମଧ୍ୟ ବଦଳାଇ ଥାନ୍ତି । ସେହିଭଳି ଶୁଦ୍ଧି କ୍ରିୟା ସମୟରେ ମଧ୍ୟ ଚୁଡି ଛୁଆଁ ହୋଇଥାଏ । ଯେଉଁ ମାନେ ମୃ-ତ ବ୍ୟକ୍ତି ର ଶରୀରକୁ ଛୁଇଁଥାନ୍ତି ସେମାନଙ୍କ ଚୁଡି ମଧ୍ୟ ଛୁଆଁ ହୋଇଥାଏ ।
ଯେତେବେଳେ ୧୧ ଦିନ ଘିଅ ଖାଇଥାନ୍ତି ସେତେବେଳେ ନୂତନ ଚୁଡି ସେମାନେ ପିନ୍ଧିଥାନ୍ତି । ଏହାପରେ ସେମାନେ ଘିଅ ହାଣ୍ଡି ରେ ରୋଷେଇ କରି ଇଶାଣ ଘରେ ଦେଇଥାନ୍ତି । ବହୁତ ଲୋକ ଭାବିଥାନ୍ତି ଯେ ୨ ହାତରେ ସମାନ ସମାନ ଚୁଡି ଲଗାଇବା ସଠିକ ନୁହେଁ । ଏହି ନିୟମ ବହୁତ ପୂର୍ବ ରୁ ପ୍ରଚଳିତ ଥିଲା । ଆପଣ ଯଦି ସୂର୍ଯ୍ୟ ଙ୍କ ପୂଜା ସଠିକ ଭବରେ କରୁଛନ୍ତି ତେବେ ସେଦିନ ଚୁଡି ଶୀତଳାଇବା ସଠିକ ନୁହେଁ । ଶୁଭ ଦିନ ମାନଙ୍କରେ ଚୁଡି ଶୀତଳାଇ ନଥାନ୍ତି । ସେହିଭଳି ଅନେକ ଗୁଡିଏ ତିଥି ରହିଅଛି ସେହି ତିଥି ମାନଙ୍କରେ ଚୁଡି ଶୀତଳା ଯାଇ ନଥାଏ ।
ଯଦି ଆପଣ ଚୁଡି ଶୀତଳାଉ ଛନ୍ତି ତେବେ ଆପଣ କୌଣସି ସୂତା ତଥା ଲୁଗାର ଧଡି ନିଜ ହାତରେ ବାନ୍ଧି ଚୁଡି ଶୀତଳାଇ ପାରିବେ । ଆପଣ ଙ୍କ ହାତରେ କିଛି ଚୁଡି ଥିବ ଆପଣ ସାଙ୍ଗେ ସାଙ୍ଗେ ପୁରୁଣା ଚୁଡି କୁ ଉତାରି ନୂତନ ଚୁଡି କୁ ପିନ୍ଧିବେ । ଆପଣ ଯେଉଁ ଚୁଡି କୁ ଶିତାଳିଛନ୍ତି ତାହାକୁ ସାଧାରଣତ ଶୁଦ୍ଧ ସ୍ଥାନରେ ପକାଇବା । ଯଥା ଚଲା ନଦୀ ଅଥବା ଆପଣ ମାଟି ଖୋଳି ମଧ୍ୟ ପୋତି ପାରିବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।