ରାଜ୍ୟ

ପ୍ରଦୂଷଣ ବିରୋଧୀ ଆଇନ ଉପରେ ସଚେତନତା

ପାତ୍ରପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପାତ୍ରପୁର ତାଲୁକ ଆଇନ ସେବା ସହଯୋଗରେ ପ୍ରଦୂଷଣ ବିରୋଧୀ ଆଇନ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ର ସ୍ଵାକ୍ଷରିତ କ୍ଲବ ସହିତ ଜଡିତ ପ୍ରଦୂଷଣ ବିରୋଧୀ ଆଇନ ଉପରେ ସଚେତନତା କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍‌ ରୁପଶ୍ରୀ ଚୌଧୁରୀ ଯୋଗଦେଇଥିବା ବେଳେ ସମ୍ପାଦିକା ଦେବଶ୍ରୀ ସାହୁ, ରେଜିଷ୍ଟ୍ରାର ବ୍ରହ୍ମପୁର ପଦ୍ମଲୋଚନ ବଡ଼ଜେନା, ପାତ୍ରପୁର କୋର୍ଟର ବିଚାରପତି କୃଷ୍ଣା ମିଶ୍ର, ସରକାରୀ ଓକିଲ ଗୋଲକ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏବଂ ଓକିଲମାନେ ଉପସ୍ଥିତ ରହି ପ୍ରଦୂଷଣ ବିରୋଧୀ ଆଇନ ଉପରେ ସେମାନଙ୍କ ମତ ରଖିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button