IBN ଓଡ଼ିଶା ବ୍ୟୁରୋ

ଯେଉଁ ଲୋକମାନଙ୍କର ନଖରେ ଥାଏ ଏହି ଚିହ୍ନ, ସେହି ବ୍ୟକ୍ତି ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ନଖ ମଣିଷର ହାତ ଓ ଗୋଡ ର ଆଙ୍ଗୁଳି ମାନଙ୍କର ଶେଷ ଭାଗରେ ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ପରି ରହିଥାଏ । ଏହା ମାଙ୍କଡ ଓ ଅନ୍ୟ କିଛି ପ୍ରାଣୀ ମାନଙ୍କର ମଧ୍ୟ ରହିଥାଏ । ଏହା ପ୍ରୋଟିନ କେରୋଟିନ ଦ୍ଵାରା ପ୍ରସ୍ତୁତ ହୋଇଥାଏ । ପଶୁ ମାନଙ୍କର ଶିଙ୍ଘରେ ବି ଏହି ପଦାର୍ଥ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଚିହ୍ନର ଏକ ଅଲଗା ଅଲଗା ଅର୍ଥ ରହିଥାଏ । ବ୍ୟକ୍ତିର କପାଳର ରେଖା ଠାରୁ ନେଇ ହାତର ରେଖା ଯାଏ, ଶରୀରରେ ତିଳ ଓ ବ୍ୟକ୍ତିର ନଖ ବି ଚରିତ୍ର ଏବଂ ଜୀବନ ସହିତ ଜଡିତ ହୋଇଥାଏ ।

ଏହି ସବୁ ଚିହ୍ନ ବ୍ୟକ୍ତିର ଭବିଷ୍ୟତ ବିଷୟରେ ବହୁତ ସୂଚନା ଦେଇଥାଏ । ବ୍ୟକ୍ତି ଏହି ରେଖା ଆଉ ଚିହ୍ନ ମାଧ୍ୟମରେ ତାର ଭବିଷ୍ୟତ ଜୀବନରେ କଣ ସବୁ ଘଟଣା ଘଟିବାକୁ ଯାଉଛି ସେ ସବୁ ବିଷୟରେ ବହୁତ କିଛି ଜାଣି ପାରିଥାଏ । ଆପଣମାନେ ପ୍ରାୟତଃ ଦେଖିଥିବେ କି ଆକାଶରେ ଥିବା ଚନ୍ଦ୍ର ପରି ବ୍ୟକ୍ତି ର ନଖରେ ଏକ ଅର୍ଦ୍ଧ ଚନ୍ଦ୍ରାକାର ଆକୃତିର ଚିହ୍ନ ରହିଥାଏ ।

ଆଜି କାଲି ବହୁତ ଲୋକଙ୍କୁ ଏହାର ମାନେ ଜଣା ନଥାଏ । ତେଣୁ ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବୁ କି ବ୍ୟକ୍ତି ର ନଖରେ ଥିବା ଏହି ଅର୍ଦ୍ଧ ଚନ୍ଦ୍ରାକାର ଚିହ୍ନ ବ୍ୟକ୍ତି ର ଜୀବନ ବିଷୟରେ କଣ ସବୁ ସଙ୍କେତ ଦେଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ତାଙ୍କ ପାଖରେ ଯେତେ ଅଧିକ ଧନ ଥାଉ ନା କାହିଁକି ତାଙ୍କ ଜୀବନ ବହୁତ କଷ୍ଟରେ ବିତିଥାଏ ।

ଏମିତି ଅଧା ଚନ୍ଦ୍ରର ଚିହ୍ନ ଥାଏ ଏହି ପରି ବ୍ୟକ୍ତିଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ । ଏବଂ ଏମାନେ ସବୁବେଳେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି ।ଯେଉଁ ବ୍ୟକ୍ତିଙ୍କର ନଖରେ ଏମିତି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ସେହିପରି ବ୍ୟକ୍ତି ମାନେ ନିଜ ଜୀବନରେ ଆରମ୍ଭରୁ ଟିକେ ସମସ୍ୟାରେ ରହିଥାନ୍ତି । କିନ୍ତୁ ଯେତେବେଳେ ସେମାନେ କଠିନ ପରିଶ୍ରମ କରିଥାନ୍ତି ତାଙ୍କର ଜୀବନ ଆରାମରେ ବିତାଇଥାନ୍ତି ଏବଂ ଶେଷରେ ଏମାନେ ନିଶ୍ଚୟ ସଫଳତା ପାଇଥାନ୍ତି ।

 

ଏମାନେ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରସର ହୋଇଥାନ୍ତି । ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ବହୁତ ସହଜ ଓ ସରଳ ହୋଇଯାଏ । ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button