ରାଜ୍ୟ

ପଦ୍ମ ଧରିଲେ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ନାଏକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସୋମବାର ଭୁବନେଶ୍ବରସ୍ଥିତ ମୁଖ୍ୟମନ୍ତ୍ରୀ ନିବାସଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ। ରୀନା ଗତ ପଞ୍ଚାୟତ ନିର୍ବାଚନରେ ବଡ଼ବିଲ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ୍ ଅଧ୍ୟକ୍ଷା ହୋଇଥିଲେ।

ନିର୍ବାଚନର ପ୍ରାୟ ଅଢ଼େଇ ବର୍ଷ ପରେ ସେ ବିଜେଡି ଛାଡ଼ିଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟଙ୍କ ଯୋଗଦାନ ପରେ କେନ୍ଦୁଝର ଜିଲ୍ଲାରେ ବିଜେପି ଆହୁରି ଶକ୍ତିଶାଳୀ ହେବ ବୋଲି ବିଜେପି କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି। ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତିଙ୍କ ସମେତ ବରିଷ୍ଠ ନେତା ଅଜୟ ସାହୁ, ହେମରଞ୍ଜନ ବାରିକ, ପ୍ରିୟବ୍ରତ ଜେନା, ମମିତା ନାଏକ, ଶିବାଜୀ ମହାନ୍ତ ବର୍ମା, ସୁଦର୍ଶନ ନାହାନ୍ତ, ବୁଲୁ ବାରିକ, ନରହରି ମହାନ୍ତ, ପ୍ରୀତିପ୍ରଭା ମହାନ୍ତ, ହୀରାଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button