କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍-୨୦୨୫ରେ ସମ୍ମାନଜନକ ସ୍ଥାନରେ ସୋଆ

ଭୁବନେଶ୍ୱର , ୯/୧୧ : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍-୨୦୨୫ (ଅଂଚଳ ଭିତିକ)ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି ।
ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ସୋଆ ୨୦୨୪ରେ ୧୪୩ତମ ସ୍ଥାନ ହାସଲ କରିଥିବାବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଂଚିଛି ।
ସେହିପରି ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବାବେଳେ ୨୦୨୫ରେ ଏଥିରେ ଉନ୍ନତି ହୋଇ ୨୭୮ ସ୍ଥାନରେ ପହଂଚିଛି ସୋଆ । କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି ସ୍ଥିତିକୁ ବଜାୟ ରଖିଛି ।
ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନଆଇଆରଏଫ) ର୍ୟାଙ୍କିଂ ୨୦୨୪ ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ରାଙ୍କ ପାଇଥିଲା। ୨୦୧୬ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏନଆଇଆରଏଫ ରାଙ୍କିଙ୍ଗ୍ରେ ପ୍ରତିଥର ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ ।