IBN ଓଡ଼ିଶା ବ୍ୟୁରୋ

ଏହି ମହିଳାମାନଙ୍କର ଯିଏବି କରିଛି ଅପମାନ, ସେ ଜୀବନ ସାରା ଭୋଗିଥାଏ ଖାଲି ଦୁଃଖ

ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଦେବୀଙ୍କ ରୂପ ବୋଲି କୁହାଯାଇଥାଏ । ମହିଳା ମାନଙ୍କୁ ମଧ୍ୟ ଘରର ଲକ୍ଷ୍ମୀ ବୋଲି କୁହାଯାଇ ଥାଏ । ଯେତବେଳେ ଗୋଟେ ଝିଅ ଜନ୍ମ ହୋଇଥାଏ ତାଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ । ଏଥିପାଇଁ କୌଣସି ମହିଳାଙ୍କୁ କେବେ ହେଲେ ଅପମାନ କରିବା କଥା ନୁହେଁ । କିନ୍ତୁ ରାମଚରିତ ମାନସରେ ଏମିତି ୪ ଜଣ ମହିଳାଙ୍କ ବିଷୟରେ କୁହାଯାଇଛି ଯେଉଁ ମାନଙ୍କର କେବେ ହେଲେ ବି ଅପମାନ କରିବା ଉଚିତ ନୁହେଁ ନହେଲେ ବହୁତ କ୍ଷତି ହୋଇଥାଏ । ଯଦି ଆପଣ ସେମାନଙ୍କର ଅପମାନ କରନ୍ତି ତାହେଲେ ଆପଣଙ୍କ ହସ ଖୁସିର ପରିବାର ସଂପୂର୍ଣ୍ଣ ଭାବେ ନଷ୍ଟ ହେବା ସହିତ ପରିବାରକୁ ଦାରିଦ୍ରତା ମାଡି ଆସିଥାଏ । ତାହେଲେ ଚାଲନ୍ତୁ ଜାଣିବା ସେହି ମହିଳାଙ୍କ ବିଷୟରେ ।

ଏହି ୪ଜଣ ମହିଳାଙ୍କର ଅପମାନ କରିବା ଦ୍ଵାରା ଦାରିଦ୍ରତା ଆସିଥାଏ

୧ -ଘରର ବୋହୁ
ହିନ୍ଦୁ ଧର୍ମରେ କୁହାଯାଇଛି କି ଯେତବେଳେ ଝିଅଟି ବାହା ହୋଇ ନିଜ ଘର ଛାଡି ଅନ୍ୟ ଏକ ଘରକୁ ଆସିଥାଏ ସେତବେଳେ ତାକୁ ସେ ଘରର ଲକ୍ଷ୍ମୀ ବୋଲି କୁହାଯାଇ ଥାଏ । କୁହାଯାଏକି ଘରକୁ ନୂଆ ବୋହୁ ଆସିବା ପରେ ସେ ଘରର ଭାଗ୍ୟ ବଦଳି ଯାଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି ନିଜ ଘରର ବୋହୁ କୁ ଅସମ୍ମାନ କରିଥାଏ ତାହଲେ ସେ ମା ଲକ୍ଷ୍ମୀଙ୍କୁ ଅପମାନ କରୁଛି ବୋଲି କୁହାଯାଇ ଥାଏ । ଏହି କାରଣରୁ ଘରକୁ ଜଲ୍ଦି ଦାରିଦ୍ରତା ଆସିଥାଏ ।

୨ -ଭାଇ ର ସ୍ତ୍ରୀ

ବଡ ଭାଇଙ୍କ ସ୍ତ୍ରୀ ମାଆ ସମାନ ହୋଇଥାନ୍ତି ଯଦି କୌଣସି ବ୍ୟକ୍ତି ତାର ମାଆ ସମାନ ଭାଉଜ କୁ ଅପମାନ କରିଥାଏ କିମ୍ବା ତାଙ୍କ ସହିତ ଝଗଡା କରେ ତାହେଲେ ତା ଜୀବନରେ କେବେ ହେଲେ ବି ଖୁସି ଆସି ନଥାଏ । ସେହି ପରି ସାନ ଭାଇର ସ୍ତ୍ରୀକୁ ଝିଅର ଜାଗା ଦିଆଯାଇ ଥାଏ ଏବଂ ଯଦି କୌଣସି ପୁରୁଷ ନିଜର ଝିଅ ସମାନ ବୋହୁ ଉପରେ ଖରାପ ନଜର ପକାଇ ଥାଏ ତାହେଲେ ତା ଜୀବନରେ ରୋଗ ଏବଂ ଦାରିଦ୍ରତା ଲାଗି ରହିଥାଏ ।

୩ -ଭଉଣୀ

ହିନ୍ଦୁ ଧର୍ମରେ କୁହାଯାଇଛି ଜଣେ ଭଉଣୀର ମାନ ସଂମ୍ମାନ ଏବଂ ତାଙ୍କୁ ସବୁ ଅସୁବିଧାରୁ ରକ୍ଷା କରିବା ଜଣେ ଭାଇର ଦାୟିତ୍ଵ ହୋଇଥାଏ । ଯଦି କୌଣସି ପୁରୁଷ ନିଜ ଭଉଣୀ ସହିତ ଝଗଡା କରିବା ସହିତ ତାର ସଂମ୍ମାନ କରିନଥାଏ ସେ ଭଳି ଭାଇକୁ ନର୍କରେ ଜାଗା ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button