ରାଜ୍ୟ

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ(୧୫) ନିଜ ଘରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଛାତ୍ରୀ ଜଣକ ୨୭ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଯାଇଥିଲେ। ୨୯ ତାରିଖ ସକାଳେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ନିଜ ମା’ଙ୍କୁ କହିଥିଲେ। ତାଙ୍କ ମା’ ଔଷଧ ପାଇଁ ପଡ଼ୋଶୀ ଘରକୁ ଯାଇଥିବା ସମୟରେ ଛାତ୍ରୀ ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଛାତ୍ରୀ ଜଣକ ସେହି ଗାଁର ଦଶରୁ କିସାନ(୧୯) ନାମକ ଜଣେ ଯୁବକକୁ ଏଥିପାଇଁ ଦାୟୀ କରିଥିଲେ। ତେବେ ଦଶରୁକୁ ପଚାରିବାରୁ ସେ କିନ୍ତୁ ଏହାକୁ ଅସ୍ବୀକାର କରିଥିଲା। ପରିବାର ଲୋକେ ନିଜ ସାହିରେ ଏକ ସଭା କରିଥିଲେ। କିନ୍ତୁ, ସଭାରେ ବି ଦଶରୁ ସେହି ଛାତ୍ରୀଙ୍କ ସହିତ ତାର କୌଣସି ସଂପର୍କ ନଥିବା କହିଥିଲା।

ଘଟଣା ଜଣାପଡ଼ିବା ପରେ ଆଜି ଅପରାହ୍‌ଣରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ଏହି ଦୁର୍ଗମ ଅଞ୍ଚଳରୁ ଉଭୟ ନାବାଳିକା ମା’ ଓ ଶିଶୁକୁ ଆଣି ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଆଜି ରାତି ୮ଟାରେ ଭଉୟଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆଜି ରାତି ସାଢ଼େ ୭ଟାରେ ନାକଟିଦେଉଳ ସିଡିପିଓ ରେବତୀ ବେହେରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପୁଲିସ ଅଭିଯୁକ୍ତ ଦଶରୁକୁ ଥାନାକୁ ନେଇ ପଚରାଉଚରା କରୁଥିବା ନାକଟିଦେଉଳ ଥାନାଧିକାରୀ କହିଛନ୍ତି। ନାବାଳିକା ଜଣଙ୍କ ୨୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଯାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ପରିବାର ଲୋକେ ଏ ସଂପର୍କରେ ଜାଣିନପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button