ରାଜ୍ୟ

‘ସମ୍ବାଦ-ଆମଓଡ଼ିଶା’ ଓ ବୋଖାରୀ ବାବା ସପ୍ଲାୟର୍‌ ପକ୍ଷରୁ ରକ୍ତଦାନ ଶିବିର, ୫୮୦ ୟୁନିଟ୍‌ ସଂଗୃହୀତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ବୟସ ୬୫ ବର୍ଷ ଅତିକ୍ରମ କରୁଥିବାରୁ ତାଙ୍କ ଜୀବନର ଶେଷ ରକ୍ତଦାନକୁ ସ୍ମରଣୀୟ କରିବା ପାଇଁ ଜଳେଶ୍ୱର ବୋଖାରୀ ବାବା ଅର୍ଡର-ସପ୍ଲାୟର୍‌ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଝାଡ଼େଶ୍ବରପୁରସ୍ଥିତ ମନ୍ନତ ବିଲ୍‌ଡିଂରେ ଆୟୋଜିତ ହୋଇଯାଇଛି। ସମ୍ବାଦ-ଆମ ଓଡ଼ିଶା ଓ ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ବୋଖାରୀ ବାବା ଅର୍ଡର୍‌ ସପ୍ଲାୟର୍‌ର ପ୍ରତିଷ୍ଠାତା ଏସ୍‌କେ ସାଜନଙ୍କ ବାପା ଏସ୍‌କେ ଇସଲାମ୍‌ ଏବଂ ବାଲେଶ୍ୱର ରକ୍ତକେନ୍ଦ୍ରର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ। ଏସ୍‌କେ ସାଜନ ଓ ଜିଲ୍ଲା ରକ୍ତଦାତା ସଂଘର ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଶିବିରରୁ ମୋଟ ୫୮୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button