ରାଜନୀତି

ନୂଆବର୍ଷରେ ବିଜେପିର ନୂଆ ସଭାପତି

ଭୁବନେଶ୍ବର: ନୂଆବର୍ଷରେ ଅର୍ଥାତ୍ ଜାନୁଆରି ୨୦୨୫ରେ ରାଜ୍ୟ ବିଜେପିର ନୂଆ ରାଜ୍ୟ ସଭାପତି ବଛାଯିବ। ଏବେ ମଣ୍ଡଳ ସଭାପତି ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ଓ ତା’ପରେ ରାଜ୍ୟ ସଭାପତି ବଛାଯିବ ବୋଲି ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତୋମାର କହିଛନ୍ତି ଯେ ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ସଦସ୍ୟତା ଅଭିଯାନ ପରେ ଏବେ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହା ଶେଷ ହେବ।

ତୋମାରଙ୍କ ଏହି ସୂଚନା ପରେ ମନମୋହନ ସାମଲ ପୁଣି ଥରେ ସଭାପତି ମନୋନୀତ ହେବା ନେଇ ଯେଉଁ ‌ଚର୍ଚ୍ଚା ଚାଲିଛି ତାହା ଉପରେ କିଛି ମାତ୍ରାରେ ବିରାମ ଲାଗିଛି। ୨୦୨୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ବିଜେପି ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ପୌରପାଳିକା, ଏନ୍‌ଏସି ଅଧ୍ୟକ୍ଷ ପଦବି ହାତେଇ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଛି। ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିଥିବାରୁ ଦଳକୁ ଆଗକୁ ନେବାକୁ ହେଲେ ଜଣେ ଦକ୍ଷ ସଂଗଠକଙ୍କୁ ରାଜ୍ୟ ସଭାପତି କରିବାକୁ ଦଳରେ ଦାବି ହେଉଛି। ତେଣୁ କିଏ ବିଜେପିର ରାଜ୍ୟ ସଭାପତି ହେବେ ତାହା ଉପରେ ସମସ୍ତଙ୍କ ନଜର।

Related Articles

Leave a Reply

Your email address will not be published. Required fields are marked *

Back to top button